ଲୋକପ୍ରିୟ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କ ପରଲୋକ

Advertisment
ଲୋକପ୍ରିୟ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କ ପରଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଝୁମର ଗୀତିକାର ସୌରୀନ୍ଦ୍ର ମହାନ୍ତଙ୍କର ପରଲୋକ ହୋଇଯାଇଛି। ଗତକାଲି ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ବାରିପଦାର ଏକ ଘ‌ରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ସଂଧ୍ୟାରେ ସୌରୀନ୍ଦ୍ରଙ୍କର ସେଠାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା।

ଦୂରସଞ୍ଚାର ବିଭାଗରୁ ସେ ଅବସର ଗ୍ରହଣ କରିବା ପରେ ଝୁମର ଗୀତ ପାଇଁ ଅଧିକ ସମୟ ଦେଉଥି‌ଲେ। ବହୁ ଝୁମର ଗୀତ ରଚନା ଓ ତାର ସ୍ବର ସଂଯୋଜନା କରି ବିଭିନ୍ନ ମହଲରୁ ‌ପ୍ରଶଂସିତ ହୋଇଥିଲେ। ଚଳିତ ବର୍ଷ ମୟୂରଭଞ୍ଜ ମ‌ହୋତ୍ସବରେ ତାଙ୍କର ଗୀତ ସ୍ବରରେ ଦର୍ଶକ ବେଶ ବିମୋହିତ ହୋଇଥିଲେ। ତାଙ୍କ ପରଲୋକ ଖବରରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe