ଝୁମ୍ପୁରା ପଞ୍ଚାୟତ ସମିତି ମହାବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

Advertisment
ମହାରାଷ୍ଟ୍ର, ୬୧% ନମୁନାରେ କରୋନାର ‌ଦ୍ବୈତ ରୂପାନ୍ତରିତ ରୂପ

wallpapersafari.com

ଝୁମ୍ପୁରା : ଝୁମ୍ପୁରା ବ୍ଲକ୍‌ ବାରିଆ ପଞ୍ଚାୟତ କେନ୍ଦୁଆ ଗ୍ରାମରୁ ୩୦ ତାରିଖରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ତାରିଖରେ ଝୁମ୍ପୁରା ପଞ୍ଚାୟତ ସମିତି ମହାବିଦ୍ୟାଳୟରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ କଲେଜ କର୍ମଚାରୀ ବୋଲି ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି। ୮ ତାରିଖରେ ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଝୁମ୍ପୁରା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ କରୋନା ଟେଷ୍ଟ କରାଯାଇଥିଲା। ଦୁଇଜଣ ପୁରୁଷ ଓ ଜଣେ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା।

ଉକ୍ତ କର୍ମଚାରୀମାନଙ୍କୁ ୩ଦିନ ହେବ ଜ୍ୱର ହେଉଥିଲା ବୋଲି ସୂଚନା ମିଳିଛି। ସେମାନଙ୍କୁ ଗୃହ ସଂଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଏକ ଡାକ୍ତରୀ ଦଳ ଆକ୍ରାନ୍ତଙ୍କ ଘରକୁ ଯାଇ ତଥ୍ୟ ସଂଗ୍ରହ କରିଥିବା ମେଡିକାଲ ଅଫିସର ଡା. ପବିତ୍ର କୁମାର ପତି ସୂଚନା ଦେଇଛନ୍ତି। ଏହି ଘଟଣା ପରେ ମହାବିଦ୍ୟାଳୟକୁ ବିଶୋଧନ କରାଯିବା ସହ ଦୁଇଦିନ ପାଇଁ ବନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe