ଝୁନାଙ୍କ ସ୍ବାବଲମ୍ବନ: ମନମୋହୁଛି ହାତ ତିଆରି ମାଣିଆବନ୍ଧ ଶାଢି

Advertisment
ଝୁନାଙ୍କ ସ୍ବାବଲମ୍ବନ: ମନମୋହୁଛି ହାତ ତିଆରି ମାଣିଆବନ୍ଧ ଶାଢି

ଭୁବନେଶ୍ବର: ବେଶଭୁଷା ପ୍ରତି ରୁଚି ରଖୁଥିବା ନାରୀମାନେ ଶାଢୀକୁ ପ୍ରଥମ ପସନ୍ଦ ଭାବେ ବାଛିଥାଆନ୍ତି । ଆଉ ଏଇଥି ପାଇଁ ଶାଢୀ ଦୋକାନଗୁଡ଼ିକରେ ଜମିଥାଏ ମହିଳାମାନଙ୍କ ଭିଡ଼ । ଅନଲାଇନ୍ ହେଉ କିମ୍ବା ଅଫଲାଇନ୍ ଶାଢୀ କିଣିବାକୁ ଅନେକ ସର୍ଚ୍ଚ କରିଥାଆନ୍ତି । ବିଶେଷକରି ପାରମ୍ପରିକ ଶାଢୀ କିଣିବାକୁ ମହିଳାମାନଙ୍କର ରୁଚି ରହିଥାଏ । ଐତିହାସିକ ସହର କଟକର ମାଣିଆବନ୍ଧ ଶାଢୀର ପ୍ରସିଦ୍ଧି ବିଶ୍ୱ ଦରବାରରେ ରହିଛି । ଆଉ ଏହାକୁ ତିଆରି କରୁଛନ୍ତି ବୁଣାକାର ପରିବାରରେ ଜନ୍ମ ହୋଇଥିବା ଜଣେ ଗୃହୀଣି ଝୁନା ଦାସ ।

ସେ ଜଣେ ଗୃହିଣୀ ହୋଇ ମଧ୍ୟ ନିଜର ଘର କାମ ସହିତ ଶାଢୀ ତିଆରି କରିବାରେ ଦକ୍ଷତା ହାସଲ କରିଛନ୍ତି । ବିବାହ ପରେ ସେ ଶାଢୀ ବୁଣିବା କାମ ଛାଡ଼ିଦେଇଥିଲେ । କିନ୍ତୁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ନଥିବାରୁ ପୁଣି ଥରେ ଘରେ ଏକ ତନ୍ତ ସ୍ଥାପନ କରି ମାଣିଆବନ୍ଧ ଶାଢୀ ବୁଣିବା କାମ ଆରମ୍ଭ କରି ଏହାକୁ ଏବେ ଜୀବିକା ଭାବେ ବାଛିନେଇଛନ୍ତି ଝୁନା ଝୁନାଙ୍କ ହାତ ତିଆରି ମାଣିଆବନ୍ଧ ପାଟ ଶାଢୀ ସମସ୍ତଙ୍କ ମନମୋହୁଛି । କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ମାଣିଆବନ୍ଧ ହରିହରପାଟଣାରେ ଏକ ବୁଣାକାର ପରିବାରରେ ଝୁନାଙ୍କର ଜନ୍ମ । ଝୁନା ପିଲାବେଳୁ ତନ୍ତଶାଢୀ ଓ ବସ୍ତ୍ର ତିଆରି କାମ ଶିଖିଥିଲେ । ଝୁନାଙ୍କ ଶାଢ଼ୀ ପ୍ରତି ଏତେ ଚାହିଦା ବଢ଼ିଛି ଯେ, ବୁଣିବା ପାଇଁ ତାଙ୍କୁ ଫୁରୁସତ ମିଳୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe