ଜାଇକା କାମ ବେଳେ ଅଘଟଣ : ଭୁଶୁଡ଼ିଲା ଘର, ପାଚେରୀ

Advertisment

ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର, ପୋତି ହୋଇଗଲା ଆସବାବପତ୍ର

ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର, ପୋତି ହୋଇଗଲା ଆସବାବପତ୍ର

ଜାଇକା କାମ ବେଳେ ଅଘଟଣ : ଭୁଶୁଡ଼ିଲା ଘର, ପାଚେରୀ

କଟକ : ଜାଇକା କାମ ବେଳେ ଘଟିଲା ଅଘଟଣ । ଗୋଟିଏ ମାତ୍ର ଝଟକାରେ ଭୁଶୁଡି ପଡିଲା ଘର ଓ ପାଚେରୀ । ଅଳ୍ପକେ ବର୍ତ୍ତିଲେ ଦୁଇ ପରିବାର। କଟକ ସହରରେ ଜାଇକାର କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ଅସନ୍ତୋଷ ତେଜି ଉଠିଥିବା ବେଳେ ଗତକାଲି ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ଜାଇକାର ଭାଇବ୍ରେଟର ମାଡରେ ଜଣେ ବ୍ୟକ୍ତିଙ୍କର ୩ ବଖରା ଘର ଧୂଳିସାତ ହୋଇଥିବା ବେଳେ ଘରର ସବୁ ଆସବାବପତ୍ର ମାଟି ତଳେ ପୋତି ହୋଇଯାଇଛି । ତେବେ ଦୈବୀ କୃପାରୁ ଏଥିରେ କେହି ମୃତାହତ ହୋଇ ନାହାନ୍ତି ।

ସୂଚନା ଅନୁଯାୟୀ, ସିଏମ୍‌ସି ୫୩ ନମ୍ବର ଓ୍ଵାର୍ଡ ଅନ୍ତର୍ଗତ ଅନ୍ଦରପୁରରେ ଦୀର୍ଘ ଦିନ ହେବ ଜାଇକା କାମ ଚାଲୁ ରହିଛିା ଏହି କ୍ରମରେ ଗତ ମେ ମାସରେ ସ୍ଥାନୀୟ ନାଗେଶ୍ୱର ମନ୍ଦିର ପାଖରେ ଜାଇକାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭାଇବ୍ରେଟର ପ୍ରଭାବରେ ଆଇନଜୀବୀ ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଆଜବେଷ୍ଟସ ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିଲା। ଏ ନେଇ ଶ୍ରୀ ଆଚାର୍ଯ୍ୟ ଜାଇକା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କାମ ସମୟରେ ମରାମତି କରିବା ସହ ଆଉ ଏପରି ଭୁଲ ନ ହେବା ପାଇଁ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀ ଆଚାର୍ଯ୍ୟ ନିଜ ଖର୍ଚ୍ଚରେ ଘରର ମରାମତି କରିଥିଲେ । କିଛି ଦିନ କାମ ବନ୍ଦ ରହିବା ପରେ ଗତ ୫/୬ ଦିନ ତଳେ ପୁଣି ସେଠାରେ କାମ ଆରମ୍ଭ ହୋଇଥିଲା। ସୁରକ୍ଷାଗତ ପଦକ୍ଷେପ ନିଆନ ଯାଇ ଜାଇକା କାମ ଆରମ୍ଭ କରିଥିବାବେଳେ ଗତକାଲି ଶ୍ରୀ ଆଚାର୍ଯ୍ୟ ଏହାକୁ ବିରୋଧ କରିଥିଲେ ।

0ବିରୋଧ ଯୋଗୁ ଜାଇକା କିଛି ଘଣ୍ଟା ପାଇଁ କାମ ବନ୍ଦ ରଖି ସଂଧ୍ୟା ୫ଟା ଠାରୁ ପୁଣି ଥରେ କାମ ଚାଲୁ କରିଥିଲା। ତେବେ କାମରେ ଭାଇବ୍ରେଟର ବ୍ୟବହାର ଯୋଗୁ ଘର ଥରିବାକୁ ଲାଗିଥିଲା। ଏହା ଦେଖି ଶ୍ରୀ ଆଚାର୍ଯ୍ୟଙ୍କ ପରିବାର, ତାଙ୍କ ଘରେ ଭଡା ରହୁଥିବା ଅଶୋକ ମିଶ୍ର ଏବଂ ଗାଡି ଡ୍ରାଇଭର ଘର ଛାଡି ବାହାରକୁ ପଳାଇ ଆସିଥିଲେ । ଏହା ପରେ ଝଟକାରେ ଶ୍ରୀ ଆଚାର୍ଯ୍ୟଙ୍କ ୩ ବଖରା ଘର, ପାଚେରୀ ପୂରା ଭୁଶୁଡି ପଡିଥିବା ବେଳେ ଘରେ ଥିବା ଟିଭି, ଫ୍ରିଜ, ତାଙ୍କ ଚାମ୍ବରର ବହି ତଥା ଅନ୍ୟାନ୍ୟ ଆସବାବପତ୍ର ମାଟି ତଳେ ପୋତି ହୋଇଯାଇଛି । ତେବେ ବାହାରକୁ ଚାଲି ଆସିଥିବା ଯୋଗୁ ଶ୍ରୀ ଆଚାର୍ଯ୍ୟ ଓ ଶ୍ରୀ ମିଶ୍ରଙ୍କ ପରିବାର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଏହି ଘଟଣା ପରେ ଜାଇକା କର୍ତ୍ତୃପକ୍ଷ କାମ ଛାଡି ଫେରାର ହୋଇଯାଇଥିବା ବେଳେ ଏ ନେଇ ଶ୍ରୀ ଆଚାର୍ଯ୍ୟ ମଧୁପାଟଣା ଥାନରେ ଏତଲା ଦେଇଥିଲେ। ରବିବାର ଯୋଗୁ ଜାଇକା କାର୍ଯ୍ୟାଳୟ ବନ୍ଦ ରହୁଥିବାବେଳେ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏହି ଘଟଣା ସାଧାରଣରେ ଉତ୍ତେଜନା ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe