ନନ୍ଦନକାନନର ୨୭ବାଘଙ୍କୁ ପୋଷ୍ୟ ଗ୍ରହଣ କଲା ‌ଜିନ୍ଦଲ୍‌

Advertisment
ନନ୍ଦନକାନନର ୨୭ବାଘଙ୍କୁ ପୋଷ୍ୟ ଗ୍ରହଣ କଲା ‌ଜିନ୍ଦଲ୍‌

କୋଇଡ଼ା: ସମଗ୍ର ବିଶ୍ୱରେ କୋଭିଡ-୧୯ର ପ୍ରକୋପ ଥମି ନଥିବାବେଳେ ଏ ସମୟରେ ବିଶେଷ ପ୍ରଭାବିତ ହୋଇଛି ପର୍ଯ୍ୟଟନ କ୍ଷେତ୍ର। ଓଡ଼ିଶାର ଅନନ୍ୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନ ମଧ୍ୟ ଏଥିରୁ ବାଦ ପଡିନି। ମହାମାରୀ ଯୋଗୁଁ ପ୍ରାଣୀ ଉଦ୍ୟାନ ଅକ୍ଟୋବର ଯାଏଁ ବନ୍ଦ ଥିବାବେଳେ ଦର୍ଶକ ସଂଖ୍ୟା ମଧ୍ୟ ଏଯାଏଁ ଆଗପରି ବଢିନାହାନ୍ତି। ଏହାଯୋଗୁଁ ପ୍ରାଣୀ ଉଦ୍ୟାନରେ ଥିବା ସମସ୍ତ ପଶୁପକ୍ଷୀଙ୍କ ଭରଣ-ପୋଷଣ ବିଶେଷ ଭାବେ ପ୍ରଭାବିତ ହୋଇଛି I ଏହାକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ବଡ଼ବିଲ ସ୍ଥିତ ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ପକ୍ଷରୁ ପ୍ରାଣୀ ଉଦ୍ୟାନର ସମସ୍ତ ୨୭ଟି ବାଘକୁ ପୋଷ୍ୟରୂପେ ଗ୍ରହଣ କରି ସହାୟତ‌ା ପ୍ରଦାନ କରିଛି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଉତ୍ସବ ପାଳନ ଅବସରରେ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଶଶିପଲଙ୍କ ଉପସ୍ଥିତିରେ କମ୍ପାନିର ସହକାରୀ ଉପାଧ୍ୟକ୍ଷ ରାକେଶ ମିଶ୍ର, ଓଡିଶା ରାଜ୍ୟ ଜଙ୍ଗଲ ଏବଂ ପରିବେଶ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ  ୨୯ ଲକ୍ଷ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ପ୍ରଦାନ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଜଟଣି ବିଧାୟକ ସୁରେଶ କୁମାର ରାଉତରାୟ, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ଜଙ୍ଗଲ ଏବଂ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା ଏବଂ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe