ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର

Advertisment
ମୋବାଇଲ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର

Unsplash

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ତଳ ବିଲାଂସିଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫୋନ୍ ଫାଟି ଯିବାରୁ ଜଣେ ୧ବର୍ଷର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି। ଆହତ ଶିଶୁକୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା କରାଯାଉଥିବା ବେଳେ ଅଧିକ ଚିକିତ୍ସା ପାଇଁ କୋରାପୁଟ ସ୍ଥାନାନ୍ତର କରାଯିବ ବୋଲି ଡାକ୍ତର କହିଛନ୍ତି।

ସୂଚନା ମୁତାବକ, ତଳ ବିଲାଂସିଲ ଗାଁର ରୋହିତ ନାଚିକା ବର୍ଷେ ତଳେ ଏକ ମୋବାଇଲ ଫୋନ୍ ୧୫୦୦ ଟଙ୍କା ଦେଇ କିଣିଥିଲେ। ପ୍ରତ୍ୟେକ ଦିନ ଭଳି ରବିବାର ରାତିରେ ମୋବାଇଲ ଚାର୍ଜରେ ବସାଇଥିଲେ। ମୋବାଇଲ ଫୁଲ ଚାର୍ଜ ହେବା ପରେ ଖଟରେ ରଖିଦେଇଥିଲେ। ଖଟ ଉପରେ ତାଙ୍କ ସ୍ତ୍ରୀ ଓ ବର୍ଷକର ଝିଅ ବର୍ଷା ନାଚିକା ଶୋଇଥିବା ବେଳେ ପ୍ରାୟ ରାତି ୧ଟା ବେଳେ ମୋବାଇଲ ଫାଟି ଯାଇଥିଲା। ପରେ ନିଜ ଝିଅର ଚିତ୍କାର ଶୁଣି ଦେଖିଲା ବେଳକୁ ମୋବାଇଲ ଫାଟି ଝିଅଟିର ମୁହଁ ପୁରା ପୋଡ଼ିଜାଇଛି। ରାତି ଅନେକ ହୋଇଥିବାରୁ ଓ କୌଣସି ସୁବିଧା ନଥିବାରୁ ସୋମବାର ସକାଳୁ ସକାଳୁ ଏକ ମୋଟର ସାଇକଲରେ ଝିଅକୁ ଧରି ଲକ୍ଷ୍ମୀପୁର ମେଡିକାଲରେ ଆଣି ଚିକିତ୍ସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe