ଚରମସୀମାରେ ଜୀରା ପ୍ରଦୂଷଣ

Advertisment
ଚରମସୀମାରେ ଜୀରା ପ୍ରଦୂଷଣ

ବରଗଡ: ଜୀରା ନଦୀର ଅବସ୍ଥା କୌଣସି ବଡ଼ ନର୍ଦ୍ଦମାଠାରୁ ବି କମ୍‌ ନୁହଁ। ସହରର ସବୁ ଆବର୍ଜନା ଏବଂ ନର୍ଦ୍ଦମା ପାଣି ସିଧାସଳଖ ଏହି ନଦୀର ପ‌ାଣିରେ ମିଶୁଛି। ବର୍ତ୍ତମାନ ପାଣି ସୁଅ ନଥିବାରୁ ବାଲିବନ୍ଧ ଦ୍ବାରା ପାଣି ସଂରକ୍ଷିତ ରଖାଯାଇଛି। ଏଠାରେ ଅମ୍ବାପାଲି ଏବଂ ବରଗଡ଼ ୱାର୍ଡ ନମ୍ବର ୧ର ବିଭିନ୍ନ ପଡ଼ାବାସୀ ଗାଧୁଆପାଧୁଆ କରୁଛନ୍ତି।

କିନ୍ତୁ ଏହି ସ୍ଥିର ପାଣିରେ ନର୍ଦ୍ଦମା ପାଣି ସିଧାସଳଖ ମିଶୁଛି। ଯଦ୍ବାରା ଲୋକେ ପ୍ରଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ପୂର୍ବରୁ ଆବର୍ଜନ ପାଣି ନଦୀରେ ନପକାଇବା ପ‌ାଇଁ ଲୋକେ ରାସ୍ତାରୋକ କରିଥିଲେ। କିଛିଦିନ ସବୁ ଠିକ୍‌ ରହିବା ପରେ ପୁଣି ସମାନ ପ୍ରକ୍ରିୟା ଚାଲିଛି। ତୁରନ୍ତ ଏହାର ପ୍ରତିକାର ନକଲେ ସହରରେ ଜଣ୍ଡିସ୍‌ ବ୍ୟାପିବା ଭୟ ସୃଷ୍ଟି ହୋଇଛି। ବର୍ତ୍ତମାନ ଖରାଦିନେ ଜୀରା ନଦୀ ଶୁଖିଲା ପଡ଼ିଛି। ଯେଉଁ କେତୋଟି ସ୍ଥାନରେ ପାଣି ସଂରକ୍ଷିତ ରଖାଯାଇଛି, ସେଥିରେ ନର୍ଦ୍ଦମା ପାଣି ପଡ଼ି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe