ନିର୍ବାଚନ ଲଢ଼ିବେ ଜିତେନ୍ଦ୍ରୀୟ ହରିପାଲ

Advertisment
ନିର୍ବାଚନ ଲଢ଼ିବେ ଜିତେନ୍ଦ୍ରୀୟ ହରିପାଲ

ସମ୍ବଲପୁର : ସାଧାରଣ ନିର୍ବାଚନ ଲଢ଼ିବେ ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ.ଜିତେନ୍ଦ୍ରୀୟ ହରିପାଲ। ସମ୍ବାଦ ସହିତ ସ୍ବତନ୍ତ୍ର ଆଲୋଚନାରେ ସେ ଏହି ସୂଚନା ଦେଇଛନ୍ତି। ଲୋକସଭା କିମ୍ବା ବିଧାନସଭା କେଉଁ କ୍ଷେତ୍ରରେ ପ୍ରତିଦ୍ବନ୍ଦ୍ବିତା କରିବେ ସେ ନେଇ ସ୍ପଷ୍ଟ ସୂଚନା ଦେଇ ନାହାନ୍ତି। ବିଧାନସଭା ନିର୍ବାଚନରେ ଲଢିବା ସହଜ ହେବ ବୋଲି କହିଛନ୍ତି। ରଙ୍ଗବତୀ ଗୀତ ପାଇଁ ଘରେ ଘରେ ପରିଚିତ ଡ. ହରିପାଲ ପ୍ରାୟ ଏକ ହଜାରରୁ ଅଧିକ ସମ୍ବଲପୁରୀ ସମେତ ଅନ୍ୟାନ୍ୟ ଭାଷାରେ ଗୀତ ଗାଇଛନ୍ତି। ୨୦୧୭ ମସିହାରେ ପଦ୍ମଶ୍ରୀ ଉପାଧି ପାଇଥିଲେ। ସମ୍ବଲପୁରୀ ଲୋକକଳାର ବିକାଶରେ ତାଙ୍କର ଗୁରୁତ୍ବ ଭୂମିକା ରହିଆସିଛି। ଡ.ହରିପାଲ କହିଛନ୍ତି, ସେ ରାଜନେତା ନୁହଁନ୍ତି। କିନ୍ତୁ, ବର୍ତ୍ତମାନ ପରିପ୍ରେକ୍ଷୀରେ ଲୋକଙ୍କ ପାଇଁ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବା ଆବଶ୍ୟକ ହୋଇ ପଡ଼ିଛି। ବିଏସପି ନେତା ନିହାଲ ସିଂଙ୍କ ସହିତ ତାଙ୍କ ଘନିଷ୍ଠତା ରହିଥିବାରୁ ଶ୍ରୀ ହରିପାଲ ହୁଏତ ବିଏସପିରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe