ଜିତେନ୍ଦ୍ର ସାହୁ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଦେବଗଡ଼: ଜିତେନ୍ଦ୍ର ସାହୁ ହତ୍ୟା ମାମଲାର ବିଚାର କରି ଶୁକ୍ରବାର ଜିଲ୍ଲା ଓ ଦୌରାଜଜ ବିଜୟ ପାତ୍ର ଅଭିଯୁକ୍ତ ଗୁରୁ ଚରଣ ଶବରକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦେବା ପାଇଁ ରାୟ ପ୍ରକାଶ କରିଛନ୍ତି। ଏହା ସହିତ ମୃତକ ପରିବାରକୁ କ୍ଷତିପୂରଣ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ସୂଚନା‌ ଅନୁଯାୟୀ, ୨୦୧୭ ମସିହା ଅଗଷ୍ଟ ୨୧ ତାରିଖ ଦିନ କୁଣ୍ଢେଇଗୋଳା ଥାନା ଖିଲେଇ ଗ୍ରାମରେ ଅଭିଯୁକ୍ତ ଗୁରୁଚରଣ ଏକ ଶାବଳରେ ଜିତେନ୍ଦ୍ରଙ୍କୁ ହତ୍ୟା କରିବା ସହିତ ଗ୍ରାମବାସୀଙ୍କୁ ଧମକ ଦେଇଥିଲା। କୁଣ୍ଢେଇଗୋଳା ପୁଲିସ ଗୁରୁଚରଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତର ସ୍ତ୍ରୀଙ୍କ ସହ ଅନୈତିକ ସମ୍ପର୍କ କାରଣରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା। ଆଜି ଏହି ମ‌ାମଲାର ୧୫ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଜିଲ୍ଲା ଓ ଦୌରାଜଜ ଉକ୍ତ ରାୟ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe