ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ ଦେବ ଜେଏମ୍‌ଏମ୍‌

Advertisment

କ˚ଗ୍ରେସ ସହିତ ମେଣ୍ଟ ନେଇ ୩୦ ପରେ ଚୂଡ଼ାନ୍ତ ନିଷ୍ପତ୍ତି: ଶିବୁ ସୋରେନ୍

କ˚ଗ୍ରେସ ସହିତ ମେଣ୍ଟ ନେଇ ୩୦ ପରେ ଚୂଡ଼ାନ୍ତ ନିଷ୍ପତ୍ତି: ଶିବୁ ସୋରେନ୍

ମୟୂରଭଞ୍ଜ ଲୋକସଭା ଆସନରେ ପ୍ରାର୍ଥୀ ଦେବ ଜେଏମ୍‌ଏମ୍‌

ବାରିପଦା/ଚିତ୍ରଡ଼ା : ମୟୂରଭଞ୍ଜ ଲୋକସଭା କ୍ଷେତ୍ରରୁ ଜେଏମ୍‌ଏମ୍‌ ହିଁ ପ୍ରାର୍ଥୀ ଦେବ। ଆଉ ପ୍ରାର୍ଥୀ ହେବେ ଦଳର ମୁଖିଆ ଶିବୁ ସୋରେନଙ୍କ କନ୍ୟା ଅଞ୍ଜନୀ ସୋରେନ। ଆଜି ଝାଡ଼ଖଣ୍ତ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ପକ୍ଷରୁ ମୋରଡ଼ା ନିର୍ବାଚନମଣ୍ତଳୀ ଅନ୍ତର୍ଗତ ଚିକିଟାମାଟିଆ ପଞ୍ଚାୟତର ଭାତଛତର ଫୁଟ୍‌ବଲ୍‌ ପଡ଼ିଆରେ ଅନୁଷ୍ଠିତ ଦଳୀୟ ସଭାରେ ଏ ନେଇ ଆଗୁଆ ସୂଚନା ଦେଇଛନ୍ତି ଦଳର ନେତ୍ରୀ ଅଞ୍ଜନୀ ସୋରେନ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସଭାରେ ଖୋଦ୍‌ ଜେଏମ୍‌ଏମ୍‌ ସୁପ୍ରିମୋ ଶିବୁ ସୋରେନ ଉପସ୍ଥିତ ଥିଲେ। ସେ ମଧ୍ୟ ନିଜ ଝିଅଙ୍କ କଥାରେ ସହମତି ପ୍ରଦାନ କରିଥିବା ଦେଖାଯାଇଥିଲା।

ଆଜି ଜିଲ୍ଲାର ଏକମାତ୍ର ଅଣସ˚ରକ୍ଷିତ ନିର୍ବାଚନମଣ୍ତଳୀରେ ଦମ୍‌ ଦେଖାଇଥିଲା ଜେଏମ୍‌ଏମ୍। ହଜାର ହଜାର କର୍ମୀଙ୍କ ଗହଣରେ ଶିବୁ ସୋରେନ୍‌ ଉପସ୍ଥିତ ରହି ଆଦିବାସୀଙ୍କ ସ୍ବାର୍ଥ ନିମନ୍ତେ ଦଳ ସର୍ବଦା ସ˚ଗ୍ରାମ ଜାରି ରଖିବ ବୋଲି କହିଥିଲେ।

ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍‌, ରାଜ୍ୟ ସାଧାରଣ ସ˚ପାଦକ କଳିଙ୍ଗ କେଶରୀ ଜେନା ପ୍ରମୁଖ କଳିଙ୍ଗନଗର ହତ୍ୟାକାଣ୍ତ ଘଟଣାରେ ବିଜେଡିକୁ ଯୋଡ଼ିବା ସହିତ ଅମର୍ଦ୍ଦା ଏୟାର‌୍‌ଷ୍ଟ୍ରିପ୍‌, ଗ୍ରାମାଞ୍ଚଳରେ ଛଉ ପ୍ରତିଷ୍ଠାନ ସ୍ଥାପନ, କାଗଜକଳ ଆଦି ପ୍ରସଙ୍ଗରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।

ଜିଲ୍ଲା ସଭାପତି ଫାଗୁ ହାଁସଦାଙ୍କ ସ˚ଯୋଜନାରେ ଅନୁଷ୍ଠିତ ସଭାରେ ଲକ୍ଷ୍ମଣ ଟୁଡ଼ୁ, ଯୁବନେତା ପିଣ୍ଟୁ ମାଇତି, ନିମାଁଇ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସାଧାରଣ ସଭା ସହିତ ଜିଲ୍ଲାରେ ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଦଳ ନିଜର ଦମ୍‌ ଦେଖାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe