ମୁଣ୍ଡୁରୀବନ୍ଧ ଶାଖା କେନାଲର ଆଡିବନ୍ଧ ଭାଙ୍ଗିବା ଘଟଣା : ଚାଷୀଙ୍କୁ କ୍ଷତିପୂରଣ ଦାବିକଲା ଜେଏମଏମ ଯୁବମୋର୍ଚ୍ଚା

Advertisment
ମୁଣ୍ଡୁରୀବନ୍ଧ ଶାଖା କେନାଲର ଆଡିବନ୍ଧ ଭାଙ୍ଗିବା ଘଟଣା : ଚାଷୀଙ୍କୁ କ୍ଷତିପୂରଣ ଦାବିକଲା ଜେଏମଏମ ଯୁବମୋର୍ଚ୍ଚା

ବାରିପଦା : ଶୁଳିଆପଦା ବ୍ଲକ ଅନ୍ତର୍ଗତ କୁଜିଡିହି ଗ୍ରାମପଞ୍ଚାୟତ ଅଧୀନ ବନ୍ଧସାହି ଗ୍ରାମ ଦେଇ ଯାଇଥିବା ମୁଣ୍ଡୁରୀବନ୍ଧର ଶାଖା କେନାଲ ଆଡିବନ୍ଧ ଗୋଟିଏ ପାର୍ଶ୍ଵରେ ୧୦ ଜାଗାରେ ଭାଙ୍ଗିଯିବା ଫଳରେ ଆଖପାଖ ଅଞ୍ଚଳର ଚାଷୀମାନଙ୍କର ବହୁ ଚାଷଜମି ଜଳମଗ୍ନ ହେବା ସହିତ ବ୍ୟାପକ ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । କରୋନା ଲୋକଙ୍କ ଜୀବନଜୀବିକା ବ୍ୟାପକ ପ୍ରଭାବିତ କରି କନ୍ଦାଉଥିବାବେଳେ ଛୋଟ ଛୋଟ ଚାଷୀମାନେ ସାହାସ ଦେଖାଇ କୌଣସି ପ୍ରକାରେ ରୁଆ ପୋତା କାମ ଶେଷ କରିଥିଲେ । ହେଲେ ଗତକାଲିର ଘଟଣା ଚାଷୀମାନଙ୍କ ମୁହଁରୁ ହସ ଲିଭାଇ ଦେଇଛି । ଏଭଳି ଅପ୍ରତ୍ୟାଶିତ ପରିସ୍ଥିତିର ମୁକାବିଲା କରିବାପାଇଁ ଚାଷୀଙ୍କୁ ତୁରନ୍ତ ସରକାର ଆବଶ୍ୟକ କ୍ଷତିପୂରଣ ଯୋଗାଇ ଦେବାକୁ ଜେଏମଏମ ଯୁବମୋର୍ଚ୍ଚାର ଯୁବନେତା ଅର୍ଜୁନ ମୁର୍ମୁଙ୍କ ନେତୃତ୍ଵରେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଅମୀୟ କୁମାର ଗିରିଙ୍କୁ ରାଜସ୍ଵମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

publive-image

କେନାଲର ଆଡିବନ୍ଧ ଏବଂ ଗୋଡୁଆଲ ନିର୍ମାଣ ନିମ୍ନମାନ ହୋଇଥିବା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବାର ଜେଏମଏମ ଯୁବମୋର୍ଚ୍ଚା ଦାବି କରିଛି। ୫ ରୁ ୮ ଫୁଟ ଓସାରର ଆଡିବନ୍ଧ ଭାଙ୍ଗିଥିବାରୁ ପାଣି ପ୍ରଖର ବେଗରେ ପ୍ରଭାବିତ ହେଉଥିଲା । ତେଣୁ ପାଣିର ପ୍ରଖର ବେଗକୁ ଦମନ କରିବା ପାଇଁ ଜେଏମଏମ ଯୁବମୋର୍ଚ୍ଚା ଭକ୍ତ ଅଞ୍ଚଳର ଚାଷୀମାନଙ୍କ ସହିତ ବାଉଁଶ , ପଲିଥିନ ଏବଂ ମାଟି ଚେକା ସାହାଯ୍ୟରେ ଆଡିବନ୍ଧ ତିଆରି କରିଛି । ଭାଙ୍ଗିଯାଇଥିବା ଆଡିବନ୍ଧକୁ ପୁନଃ ମରାମତି କରିବାପାଇଁ ଜେଏମଏମ ଯୁବମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ଜେଏମଏମ ଯୁବମୋର୍ଚ୍ଚାର ପୁର୍ଥୁରାଜ ହାଁସଦାଃ, ଯୁବ ନେତା ଅର୍ଜୁନ ମୁର୍ମୁ, କୁଜିଡିହି ଗ୍ରାମପଞ୍ଚାୟର ସରପଞ୍ଚ ବାବୁଲୁ ସିଂ, ଚୈତନ ସୋରେନ, କିଶୋର ହାଁସଦାଃ ଏବଂ ପଞ୍ଚୁ ମାର୍ଣ୍ଡି ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe