ଜେଏମଏମ ଯୁବ ମୋର୍ଚ୍ଚା ପକ୍ଷରୁ ସାରନା ଧର୍ମ କୋଡ୍ ଦାବି

Advertisment

ସାରନା ଧରମ ବିଲ୍ ଆଣିବାକୁ ଦାବି

ସାରନା ଧରମ ବିଲ୍ ଆଣିବାକୁ ଦାବି

ଜେଏମଏମ ଯୁବ ମୋର୍ଚ୍ଚା ପକ୍ଷରୁ ସାରନା ଧର୍ମ କୋଡ୍ ଦାବି

ବାରିପଦା : ଗତ ନଭେମ୍ବର ୧୧ରେ ଝାଡ଼ଖଣ୍ଡ ବିଧାନସଭାରେ ଐତିହାସିକ ସାରନା ଧରମ ବିଲ ପାରିତ ହୋଇଯାଇଛି। ଏହାପରେ ରାଜ୍ୟରେ ଏହି ସାରନା ଧରମ ବିଲ ଅଣାଯିବା ନିମନ୍ତେ ଦାବି ଜୋରଧରିଛି । ଏନେଇ ବାରିପଦାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ)ର ସଦର ଯୁବ ମୋର୍ଚ୍ଚା ପକ୍ଷରୁ ଏକ ମୋଟରସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଶ୍ୟାମାଖୁଣ୍ଟା ବ୍ଲକର ପୋଡ଼ାଅସ୍ତିଆ ଛକ ବିର୍ଶା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଏହି ଶୋଭାଯାତ୍ରା ମଧୁବନ ଛକ ନିକଟ ମୁଣ୍ଡାରୀ ଲିପିର ସ୍ରଷ୍ଟା ପଣ୍ଡିତ ରୋହିଦାସ ସିଂ ନାଗଙ୍କ ପ୍ରତିମୂର୍ତ୍ତି, ୧୫ ନମ୍ବର ୱାର୍ଡ଼ସ୍ଥିତ ତ୍ରିରଙ୍ଗା କ୍ଲବ ନିକଟ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି, ଭଞ୍ଜପୁର ଛକ ନିକଟ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଶେଷ କରି ମୁର୍ଗାବାଡ଼ି ଗୋଲେଇ ନିକଟରେ ସମାପ୍ତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଯୁବ ନେତା ଅର୍ଜୁନ ମୁର୍ମୁ, ପୁଥୁରାଜ ହାଁସଦାଃ, ବାଜୁନ ସୋରେନ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିସହିତ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଜନଗଣନାରେ ସାରନା ଧରମ କୋଡ ପାରିତ କରାଇବା ନିମନ୍ତେ ସ୍ୱତନ୍ତ୍ର ଅଧିବେଶନ ଡାକି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe