ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି, ଅଙ୍ଗନୱାଡ଼ି କର୍ମୀଙ୍କୁ ୩ ବର୍ଷ ଜେଲ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ବୌଦ୍ଧ: ନକଲି ସାର୍ଟିଫିକେଟରେ ଚାକିରି ହାତେଇଥିବା ଏକ ମାମଲାର ବିଚାର କରି ବୌଦ୍ଧ ଜିଲ୍ଲା ହରଭଙ୍ଗା ଜେଏମ୍‌ଏଫ୍‌ସି ରାୟ ପ୍ରକାଶ କରିଛନ୍ତି। ବିଚାରପତି ଶୁଭଙ୍କର ମହାନ୍ତି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କୁ ୩ ବର୍ଷ ଜେଲ ଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଆଦାୟ ଆଦେଶ ଦେଇଛନ୍ତି। ମାମଲା ଅନୁସାରେ ହରଭଙ୍ଗା ବ୍ଲକ୍‌ ଜଗଦଲପୁର ଗ୍ରାମର ଅଙ୍ଗନୱାଡ଼ି କର୍ମୀ ପୁଷ୍ପାଞ୍ଜଳି ଜଗଦଲା ସିଙ୍ଗାରୀ ହାଇସ୍କୁଲ ନାମରେ ଜାଲ ସାର୍ଟିଫିକେଟ ଦେଇ ଚାକିରି ହାତେଇଥିବା ଅଭିଯୋଗ ହୋଇଥିଲା।

ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ତଥ୍ୟକୁ ଆଧାର କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଫଳରେ ବିଭାଗ ପକ୍ଷରୁ ହରଭଙ୍ଗା ଥାନାରେ ଏ ନେଇ ଅଭିଯୋଗ କରାଯିବା ପରେ ପରବର୍ତ୍ତୀ ସମୟରେ ଜେଏମ୍‌ଏଫ୍‌ସିଙ୍କ କୋର୍ଟରେ (ସିଟି କେସ ନଂ.୬୮/୨୦୧୪)ରେ ବିଚାର ଆରମ୍ଭ ହୋଇଥିଲା। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ଅଜିତ ପରିଡ଼ା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe