ପିତାଙ୍କ ସ୍ବପ୍ନ ପୂରଣ ପାଇଁ ବିଜେପିରେ ଯୋଗ ଦେଇଛି: ଜୟ ଢୋଲକିଆ

ବି‌ଜେପି ଦଳରେ ମତେ ସାମିଲ କରିଥିବାରୁ, ସମସ୍ତ ନେତୃମଣ୍ଡଳୀଙ୍କୁ ଜୟ ଧନ୍ୟବାଦ ଜଣାଇଛନ୍ତି। ବିକାଶ ଧାରା ଏକ ନିରନ୍ତର ପ୍ରକ୍ରିୟା। ନୂଆପଡା ଭଳି ଏକ ଉପାନ୍ତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ସ୍ବର୍ଗତ ପିତାଙ୍କ ଯାହା ସ୍ବପ୍ନ ରହିଥିଲା ତାକୁ ପୂରଣ କରିବା ପାଇଁ ବିଜେପିରେ ଯୋଗ ଦେଇଛି...

Joined BJP to fulfill father's dream: Jai Dholakia

Joined BJP to fulfill father's dream: Jai Dholakia

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷ୍ଣତା ବୃଦ୍ଧି ପାଇଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରୋ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସଭାପତି ମନମୋହନ ସାମଲ ଏବଂ ଅନ୍ୟ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। 

ବି‌ଜେପି ଦଳରେ ମତେ ସାମିଲ କରିଥିବାରୁ, ସମସ୍ତ ନେତୃମଣ୍ଡଳୀଙ୍କୁ ଜୟ ଧନ୍ୟବାଦ ଜଣାଇଛନ୍ତି। ବିକାଶ ଧାରା ଏକ ନିରନ୍ତର ପ୍ରକ୍ରିୟା। ନୂଆପଡା ଭଳି ଏକ ଉପାନ୍ତ ଅଞ୍ଚଳ ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ମୋର ସ୍ବର୍ଗତ ପିତାଙ୍କ ଯେଉଁସବୁ ସ୍ବପ୍ନ  ରହିଥିଲା ତାକୁ ପୂରଣ କରିବା ପାଇଁ  ମୋର  ବିଜେପିରେ ଯୋଗଦାନ।

ମୋ ସ୍ବର୍ଗୀୟ ପିତାଙ୍କ ପରି ସମାଜସେବା କରିବା ମୋର ଦୃଢ ସଂକଳ୍ପ। ଦଳ ମତେ ଯେଉଁ ଦାୟିତ୍ୱ ଦେବ ମୁଁ ତାକୁ ନିଷ୍ଠାର ସହ ତୁଲାଇବି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe