ହାଇକୋର୍ଟରେ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ମାମଲା: ନିଯୁକ୍ତି ପ୍ରକ୍ରିୟା ପାଇଁ ଅନୁମତି, ଫଳ ପ୍ରକାଶ ଉପରେ ଅଙ୍କୁଶ

Advertisment
ଓୟୁଏଟି ଆଦେଶ ରଦ୍ଦ କଲେ ହାଇକୋର୍ଟ

Live Law

କଟକ : ଓଡିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିସନ୍‌ ପକ୍ଷରୁ ଅନୁଷ୍ଠିତ ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା ମାମଲାର ଶୁଣାଣି କରି ହାଇକୋର୍ଟ ନିଯୁକ୍ତି ପ୍ରକ୍ରିୟାକୁ ଜାରି ରଖିବାକୁ ଅନୁମତି ଦେଇଛନ୍ତି। ହେଲେ, ଅଦାଲତଙ୍କ ଅନୁମତି ବିନା ଏହି ପରୀକ୍ଷାର ଚୂଡ଼ାନ୍ତ ଫଳ ପ୍ରକାଶ ପାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ହାଇକୋର୍ଟ ଜି.କେ. ପରିଡା ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ଆଦେଶ ଦେଇଛନ୍ତି। ତେବେ ଅନ୍ୟ ଏକ ବିଚାରାଧୀନ ମାମଲାର ଚୂଡାନ୍ତ ରାୟ ଆସିବା ପରେ କମିସନ୍‌ ପକ୍ଷରୁ ପ୍ରିଲିମିନାରି ପରୀକ୍ଷା ପାଇଁ ସାନି ତାରିଖ ଧାର୍ଯ୍ୟ ହେବ ବୋଲି ଜଣାପଡିଛି। ଏ ସଂକ୍ରାନ୍ତରେ କମିସନ୍‌ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରକାଶଥାଉକି ଗତ ୨୦୨୩, ଫେବ୍ରୁଆରି ୧୪ରୁ ୧୭ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରିଲିମିନାରି ପରୀକ୍ଷାକୁ ଉପରୋକ୍ତ ଦୁଇ ମାମଲାରେ ହାଇକୋର୍ଟ ପ୍ରଦାନ କରିଥିବା ଅନ୍ତରୀଣ ଆଦେଶ ପାଇଁ ସ୍ଥଗିତ ରଖାଯାଇଥିଲା। ସରକାରୀ ଆଇଟିଆଇଗୁଡ଼ିକରେ ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର୍‌ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ଏହି ମାମଲା ରୁଜୁ ହୋଇଥିଲା। ଆଇଟିଆଇଗୁଡ଼ିକରେ ଭୋକେସନାଲ୍‌ ଇନଷ୍ଟ୍ରକ୍ଟର୍‌ ନିଯୁକ୍ତି ପାଇଁ ସିଆଇଟିଏସ୍‌ (କ୍ରାଫ୍ଟ ଇନଷ୍ଟ୍ରକ୍ଟର୍‌ ଟ୍ରେନିଂ ସ୍କିମ୍‌) ଯୋଗ୍ୟତା ବାଧ୍ୟତାମୂଳକ ନେଇ ଭାରତ ସରକାରଙ୍କ ଡାଇରେକ୍ଟର୍‌ ଜେନେରାଲ୍‌ ଅଫ ଟ୍ରେନିଂ ପକ୍ଷରୁ ଧାର୍ଯ୍ୟ ହୋଇଥିଲା। ତେବେ ଷ୍ଟାଫ୍‌ ସିଲେକ୍ସନ୍‌ର ବିଜ୍ଞପ୍ତିରେ ଏହାର ଅନୁପାଳନ ହୋଇ ନଥିବା ଅଭିଯୋଗ ହୋଇଥିଲା। ଏହି ପ୍ରସଂଗକୁ ନେଇ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe