‘ସାମ୍ବାଦିକତା ବୃତ୍ତି ନୁହେଁ, ବ୍ରତ ହେଉ’

Advertisment

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

‘ସାମ୍ବାଦିକତା ବୃତ୍ତି ନୁହେଁ, ବ୍ରତ ହେଉ’

ବାଲେଶ୍ବର: ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ବାଲେଶ୍ବର ଜିଲ୍ଲା ଶାଖାର ୭ମ ବାର୍ଷିକ ଉତ୍ସବ ଆଜି ସ୍ଥାନୀୟ ଏକ କଲ୍ୟାଣମଣ୍ତପରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବରିଷ୍ଠ କବି ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ।

ସାରସ୍ବତ ସାଧନା ଭଳି ସାମ୍ବାଦିକତା କ୍ଷେତ୍ରରେ ବାଲେଶ୍ବର ଆଗରେ ରହିଆସିଥିବା ବେଳେ ଏହା ଅନ୍ୟମାନଙ୍କୁ ସବୁବେଳେ ପ୍ରେରଣା ତଥା ଉତ୍ସାହିତ କରିଥାଏ ବୋଲି ସେ କହିଥିଲେ। ଏବେ‌ ଯେପରି ଗଣମାଧ୍ୟମର ବିକାଶ ହୋଇଛି ଓ ସାମ୍ବାଦିକମାନେ ସକ୍ରିୟ ହୋଇଛନ୍ତି ନ’ଅଙ୍କ ଦୁର୍ଭିକ୍ଷ ସମୟରେ ସମୟରେ ଯଦି ଏସବୁ ଥାଆନ୍ତା‌ ତାହେଲେ ଓଡ଼ିଶାରେ ଏତେଲୋକଙ୍କ ମୃତ୍ୟୁ ହୋଇନଥା’ନ୍ତା ବୋଲି ଡ. ପଟ୍ଟଶାଣୀ ମତ ପ୍ରକାଶ କରିଥିଲେ। ତେବେ ସାମ୍ବାଦିକଙ୍କ ଗଠନମୂଳକ ଚିନ୍ତାଧାରାଭିତ୍ତିକ କାର୍ଯ୍ୟ ଜନସାଧାରଣଙ୍କ ପାଇଁ ସବୁବେଳେ ଉପାଦେୟ ହୋଇ ଆସିଛି ବୋଲି ସେ କହିଥିଲେ। ଏହି ଧାରାକୁ କେବଳ ସାମ୍ବାଦିକ ନୁହେଁ ବରଂ ଗଣମାଧ୍ୟମ ସଂସ୍ଥାମାନେ ଆପଣେଇବାକୁ ଡ.ପାଟ୍ଟଶାଣୀ ଆହ୍ବାନ ଦେଇଥିଲେ।

ସମ୍ମାନୀତ ଅତିଥି ଭାବେ ବାଲେଶ୍ବର ସଦର ବିଧାୟକ ସ୍ବରୂପ କୁମାର ଦାସ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ବର ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ସୁଜ୍ଞାନ ଚୌଧୁରୀ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ପ୍ରମୁଖ ଏଥିରେ ଯୋଗଦେଇ ‘ସାମ୍ବାଦିକତା ବୃତ୍ତି ପରିବ‌ର୍ତ୍ତେ ବ୍ରତ ହେଉ’ ଶୀର୍ଷକ ଉପରେ ନିଜନିଜର ମତବ୍ୟକ୍ତ କରିଥିଲେ।

ଓଡ଼ିଶା କର୍ମଜୀବୀ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି ସାମ୍ବାଦିକ ଉଜ୍ଜ୍ବଳ ଚନ୍ଦ୍ର କର ଏହି ଉତ୍ସବରେ ଅଧ୍ୟକ୍ଷତା‌ କରିଥିବା ବେଳେ ସମ୍ପାଦକ ରବିରଞ୍ଜନ ଦାସ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଶେଷରେ ସଂଘର ବରିଷ୍ଠ ସଦସ୍ୟ ରତିକାନ୍ତ ଦତ୍ତ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳ ବ୍ୟକ୍ତିଙ୍କୁ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe