Kalinga TV
ବରଗଡ଼: ଧନୁଯାତ୍ରାର ଅନ୍ତିମ ଦିବସରେ ସାମ୍ବାଦିକ ବଦ୍ରିପ୍ରସାଦ ସାହୁଙ୍କୁ ପୁଲିସ୍ ମାଡ଼ ମାରିବା ଘଟଣା ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରେ ଏସ୍ଆଇ ତୁଳାରାମ ଶବରଙ୍କୁ ବରଗଡ଼ ଏସ୍ପି ନିଲମ୍ବନ କରିଛନ୍ତି। ଘଟଣା ନେଇ ଏସ୍ପି ଗଭୀର ଶୋକ ପ୍ରକାଶ କରିଛନ୍ତି।
ଶନିବାର ବରଗଡ଼ ସାମ୍ବାଦିକ ସଂଘର ଏକ ପ୍ରତିନିଧି ଦଳ ଏପ୍ପିଙ୍କୁ ଭେଟି ଘଟଣା ନେଇ କ୍ଷୋଭ ପ୍ରକାଶ କରିଥିଲା। ଏହି ଘଟଣାକୁ ନେଇ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ,ସମ୍ବଲପୁର ପ୍ରେସ୍ କ୍ଲବ୍ର ଏକ ମିଳିତ ବୈଠକରେ ସମ୍ବଲପୁର ପ୍ରେସ କ୍ଲବ ସଭାପତି ତ୍ରିବିକ୍ରମ ପ୍ରଧାନ, ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାସ ପାଣିଗ୍ରାହୀ, ସମ୍ପାଦକ ଶଙ୍କର ବେହେରାଙ୍କ ସମେତ ବହୁ ସାମ୍ବାଦିକ ଘଟଣାକୁ ନିନ୍ଦା କରିଥିଲେ।
Follow Us