ପରୀ ମାମଲାର ଖବର ସଂଗ୍ରହ ବେଳେ ଉତ୍ତେଜନା, ସାମ୍ବାଦିକଙ୍କୁ ଆକ୍ରମଣ, କ୍ୟାମେରା ଭାଙ୍ଗିଦେଲେ

ବିଜେପି କର୍ମୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ, ଆକ୍ରମଣକାରୀଙ୍କୁ ଗିରଫ ଦାବିରେ ରାସ୍ତାରୋକ

ପରୀ ମାମଲାର ଖବର ସଂଗ୍ରହ ବେଳେ ଉତ୍ତେଜନା, ସାମ୍ବାଦିକଙ୍କୁ ଆକ୍ରମଣ, କ୍ୟାମେରା ଭାଙ୍ଗିଦେଲେ

ନୟାଗଡ଼: ପରୀ ପାଇଁ ବିଜେପିର ନ୍ୟାୟ ପଦଯାତ୍ରୀ ଦଳ ଆଜି ସନ୍ଧ୍ୟାରେ ଯଦୁପୁର ଗ୍ରାମରେ ପହଞ୍ଚିଥିଲେ। ଖବର ସଂଗ୍ରହ ପାଇଁ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିଥିଲା। ଏହି ସମୟରେ ବୈଦ୍ୟୁତିକ ଗଣମାଧ୍ୟମର ଭୁବନେଶ୍ୱରରୁ ଆସିଥିବା ପ୍ରତିନିଧି ଅନୁଜ କୁମାର ଦାସ ଓ କ୍ୟାମେରାମ୍ୟାନ୍‌ ବିଷ୍ଣୁପ୍ରସାଦ ତରାସିଆଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଛି। ଏନେଇ ଶ୍ରୀ ଦାସ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଛନ୍ତି।

ଆକ୍ରମଣକାରୀଙ୍କୁ ଗିରଫ ପ୍ରତିବାଦରେ ନୟାଗଡ଼ ଟ୍ରାଫିକ ଛକରେ ନୟାଗଡ଼ର ସାମ୍ବାଦିକ ଓ ସାଧାରଣ ଲୋକ ରାସ୍ତାରୋକ କରିଥିଲେ। ଖବର ପ୍ରସାରଣକୁ ନେଇ ଅସନ୍ତୋଷ ଥିବାରୁ ବିଜେପି କର୍ମୀମାନେ ତାଙ୍କୁ ଆକ୍ରମଣ କରିଥିବା ଅନୁଜ ଅଭିଯୋଗରେ ଦର୍ଶାଇଛନ୍ତି। ବାଲୁଗାଁର ଦୀପକ ଦଳବେହେରା, ନୟାଗଡ଼ ଟାଉନର ବାଦଲ ପ୍ରଧାନ, ଅନୁଜ ଓ କ୍ୟାମେରାମ୍ୟାନ୍‌ଙ୍କୁ ପ୍ରଥମେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ଆସିଛି। ବୋଥ୍ରାର ଦଲାଲ, କେତେ ଟଙ୍କାର ବିକ୍ରି ହୋଇଛି ବୋଲି କଟାକ୍ଷ କରିଥିଲେ। ସରପଞ୍ଚ ସୌମ୍ୟ ଓ ଲାଲା ଭାଇଙ୍କୁ ଚିହ୍ନିନୁ ବୋଲି କହି ଧମକାଇଥିଲେ। ଏହି ଦୁଇ ଜଣ ଓ ସେମାନଙ୍କ ସହଯୋଗୀ ଆସି ତଣ୍ଟିଚିପି ଆମକୁ ଆକ୍ରମଣ କରିଥିବା ଅନୁଜ ଅଭିଯୋଗ କରିଛନ୍ତି।

ଅନୁଜ ଓ କ୍ୟାମେରାମ୍ୟାନ୍‌ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ନିଜର ଚିକିତ୍ସା କରାଇଛନ୍ତି। ଆକ୍ରମଣକାରୀ ବିଜେପି କର୍ମୀ, ସେମାନେ ଦଳୀୟ ପତାକା ପକାଇଥିଲେ ବୋଲି ଅଭିଯୋଗ ହୋଇଛି। ଆକ୍ରମଣକାରୀ କ୍ୟାମେରା, ଲାଇଟ୍‌, ଇୟର ଫୋନ୍‌ ଆଦି ଭାଙ୍ଗିଛନ୍ତି। ଏହି ସମୟରେ ବିଜେପି ନେତ୍ରୀ ଇରାନୀ ରାୟ, ନିରୁପମା ଖଟେଇ, ପୃଥିରାଜ ହରିଚନ୍ଦନ, ଯତୀନ ମହାନ୍ତି, ଶ୍ରୀକାନ୍ତ ଖଟେଇ ପ୍ରମୁଖ ଉପସ୍ଥିତ ଥିଲେ।

publive-image

ଆକ୍ରମଣକାରୀଙ୍କୁ ଏହି ନେତାନେତ୍ରୀ ଉତ୍ସାହିତ କରିଥିବା ଅଭିଯୋଗ ଆସିଛି। ଖଦାଳସାହିର ଲୋକମାନେ ଆମ ଗାଡ଼ିକୁ ଟେକା ପଥର ମାଡ଼ କରିଥିବା ଅନୁଜ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାସ୍ଥଳରେ ହୋହାଲ୍ଲା ଶୁଣି ପୁଲିସ ପହଞ୍ଚି ଏହି ଦୁଇ ଜଣଙ୍କୁ ଉଦ୍ଧାର କରିଥିଲେ। ଏଭଳି ଘଟଣାର ପ୍ରତିବାଦ କରି ସନ୍ଧ୍ୟାରେ ନୟାଗଡ଼ରେ ରାସ୍ତାରୋକ କରାଯାଇଥିଲା।

ଘଟଣାସ୍ଥଳରେ ଟାଉନ ଥାନା ଆଇଆଇସି ଜୟଦୀପ ମହାନ୍ତି, ଏସ୍‌ଡିପିଓ ଶୁଭେନ୍ଦୁ ସିଂହ ପହଞ୍ଚି ପ୍ରତିବାଦକାରୀଙ୍କୁ ବୁଝାସୁଝା କରିଥିଲେ। ଆସନ୍ତାକାଲି ୧୨ଟା ସୁଦ୍ଧା ଆକ୍ରମଣକାରୀଙ୍କୁ ଗିରଫ କରାଯିବାର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏନେଇ ଅଭିଯୋଗ ପାଇଛି, କାଲି ସମାଧାନ କରାଯିବ ବୋଲି ସଦର ଥାନା ଆଇଆଇସି ଶରତଚନ୍ଦ୍ର ପାତ୍ର କହିଛନ୍ତି। ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍‌ ଦାଶ ପ୍ରମୁଖ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe