କରୋନାରେ ପୁଅ ପରେ ଚାଲିଗଲେ ସାମ୍ବାଦିକ ସୀମାଞ୍ଚଳ

Advertisment
କଳାହାଣ୍ଡି ଜିଲ୍ଲାରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୬କୁ ବୃଦ୍ଧି

Nation Thailand

୫ ଦିନ ତଳେ ପ୍ରାଣ ହରାଇଥିଲେ ଏକମାତ୍ର ପୁଅ
ପତ୍ନୀ, ଝିଅ, ଜ୍ବାଇଁ, ନାତିନାତୁଣୀ ବି ପଜିଟିଭ୍

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ବାଲିପଦର ଗ୍ରାମର ବାସିନ୍ଦା ସାପ୍ତାହିକ ‘ନବୀନ’ ପତ୍ରିକାର ପ୍ରତିନିଧି ତଥା ବିଶିଷ୍ଟ ପଣ୍ଡିତ ସୀମାଞ୍ଚଳ ପଣ୍ଡା (୬୩) କରୋନାରେ ପ୍ରାଣ ହରାଇଛନ୍ତି। ଏହି ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ୫ ଦିନ ତଳେ ଅର୍ଥାତ୍ ଗତ ୮ ତାରିଖରେ ତାଙ୍କର ଏକମାତ୍ର ପୁଅ ତଥା ଭଞ୍ଜନଗର ଆର୍‌ଟିଓ କାର୍ଯ୍ୟାଳୟରେ କାମ କରୁଥିବା ଅସିତ କୁମାର ପଣ୍ଡା (୩୪) କରୋନାରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ। କିନ୍ତୁ ଅନ୍ୟ କୌଣସି ପରିବାର ସଦସ୍ୟଙ୍କ ସ୍ବାବ୍ ନମୁନା ପରୀକ୍ଷା ହୋଇ ନଥିଲା। ଗତକାଲି ଅପରାହ୍‌ଣରେ ସୀମାଞ୍ଚଳଙ୍କ ଅବସ୍ଥା ଗୁରୁତର ହେବାରୁ ବୁଗୁଡ଼ା ଡାକ୍ତରଖାନା ଓ ସେଠାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କ ସହ ପତ୍ନୀ, ଝିଅ, ଜ୍ବାଇଁ ଓ ନାତିନାତୁଣୀ ସମସ୍ତଙ୍କ ସ୍ବାବ୍ ନମୁନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ କୋଭିଡ଼୍ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳ ସାଢ଼େ ୮ଟାରେ ସୀମାଞ୍ଚଳଙ୍କ ମୃତ୍ୟୁ ଘଟିଛି। ଏହି ଖବର ପହଞ୍ଚିବା କ୍ଷଣି ବାଲିପଦର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସାମ୍ବାଦିକତା ବୃତ୍ତି ସାଙ୍ଗକୁ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ସେ ପୂଜାପାଠ କରି ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରି ପାରିଥିଲେ। ପରିବାରର ଅନ୍ୟ ସଦସ୍ୟମାନେ ଆସିକା କୋଭିଡ୍ କେୟାର୍ ସେଣ୍ଟର୍‌ରେ ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ବୁଗୁଡ଼ା ବ୍ଲକ୍‌ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୬୩ ଛୁଇଁଛି। ୭୯ ଜଣ ଆଜି ସୁଦ୍ଧା ସୁସ୍ଥ ହୋଇ ଫେରିଛନ୍ତି। ତେବ‌େ ବ୍ଲକ୍‌ର ବାଲିପଦର ଅଞ୍ଚଳ ହଟ୍‌ସ୍ପଟ୍ ପାଲଟିଥିବା ବେଳେ କେବଳ ଏଠାରୁ ହିଁ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ସରପଞ୍ଚ ଗ୍ରାମକୁ ୪ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe