ସ୍କୁଲରେ ସାମ୍ବାଦିକଙ୍କ ପ୍ରବେଶ ମନା ଘଟଣା: ମିଳିତ ମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Advertisment
ସ୍କୁଲରେ ସାମ୍ବାଦିକଙ୍କ ପ୍ରବେଶ ମନା ଘଟଣା: ମିଳିତ ମଞ୍ଚର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ମାଲକାନଗିରି: ମାଲକାନଗିରି ଜିଲ୍ଲା ସାମ୍ବାଦିକଙ୍କ ମିଳିତ ମଞ୍ଚ ତରଫରୁ ସୋମବାର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। କିଛି ଦିନ ତଳେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସ୍କୁଲଗୁଡିକରେ ସାମ୍ବାଦିକମାନେ ପଶିବା ମନା ଏବଂ ଏଥିପାଇଁ ଦରକାର ପଡିଲେ ପ୍ରଧାନ ଶିକ୍ଷକ ସାମ୍ବାଦିକମାନଙ୍କ ନାମରେ ଏତଲା ଦେଇପାରିବେ ବୋଲି ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ ନେଇ ସାରା ରାଜ୍ୟରେ ନିନ୍ଦା କରାଯିବା ସହ ଘଟଣା ଆନ୍ଦୋଳନ ମୁହାଁ ହେଲାଣି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘ ତରଫରୁ ସୋମବାର ଏକ ଜରୁରୀ ବୈଠକ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଏଥିରେ ଉଲ୍ଲେଖ କରାଯାଇଛି ଯେ ସ୍କୁଲଗୁଡିକରେ ସାମ୍ବାଦକମାନେ ପଶିପାରିବେ ନାହିଁ ବୋଲି ଯେଉଁ ନିୟମ କରାଯାଇଛି ତାହାକୁ ତୁରନ୍ତ ହଟାଯାଉ। ସ୍କୁଲଗୁଡିକରେ କ’ଣ ଚାଲିଛି ତାହା ସାମ୍ବାଦିକମାନେ ହିଁ ସରକାରଙ୍କୁ ଅବଗତ କରାଇପାରିବେ ଏବଂ କରାଉଛନ୍ତି ମଧ୍ୟ। ତେବେ ସାମ୍ବାଦିକ ନିରପେକ୍ଷ ଭାବେ ଯାହା ଲେଖୁଛି ବା ଦେଖାଉଛି ତାହାକୁ ସରକାର ଗ୍ରହଣ ନକରି ଓଲଟା ସାମ୍ବାଦିକଙ୍କ ନାମରେ ଏତଲା ଦେବାକୁ ଯେଉଁ ନିର୍ଦ୍ଦେଶ ଦିଆଯାଇଛି,ତାହା ସ୍ବେଚ୍ଛାଚାରିତା ଶାସନକୁ ବୁଝାଉଛି। ସାମ୍ବାଦିକମାନଙ୍କ ସ୍ବାଧୀନତାକୁ ଜଳାଞ୍ଜଳି ଦିଆଯାଉଛି। ଆଗକୁ ଏଭଳି ଅନେକ ଅଫିସରେ ମଧ୍ୟ ସାମ୍ବାଦିକମାନଙ୍କୁ ପଶିବାକୁ ମନା ନିର୍ଦ୍ଦେଶଶନାମା ଆସିପାରେ।

ତେବେ ସାମ୍ବାଦିକଙ୍କ ଲେଖନୀକୁ ସରକାର ଜାଣିଶୁଣି ବନ୍ଦ କରିଦେବାକୁ ଚାହୁଁଛନ୍ତି। ଏଭଳି କରାଗଲେ ସାମ୍ବାଦିକମାନେ ମାନସିକ ଏବଂ କର୍ତ୍ତବ୍ୟରତକୁ ନେଇ କାମ କରିପାରିବେ ନାହିଁ। ଯାହା ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବିପର୍ଯ୍ୟସ୍ତ କରିବ ବୋଲି କୁହାଯାଇଛି। ତେଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ବିଚାର କରି ନିଷ୍ପତ୍ତି ନେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe