କରୋନାରେ ଆଖି ବୁଜିଲେ ସାମ୍ବାଦିକ ତାରିଣୀ ପାଢ଼ୀ

Advertisment
କରୋନାରେ ଆଖି ବୁଜିଲେ ସାମ୍ବାଦିକ ତାରିଣୀ ପାଢ଼ୀ

ଫୁଲବାଣୀ: କରୋନା ଯୁଦ୍ଧରେ ହାରିଗଲେ ଯୋଦ୍ଧା। କିମ୍‌ସରେ ଚିକିତ୍ସାଧୀନ ଥିବା ‘ପ୍ରମେୟ’ର ଫୁଲବାଣୀ ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପାଢୀ(୫୩)ଙ୍କର ଆଜି ପରଲୋକ ଘଟିଛି। ଏହି ଖବର ମିଳିବା ପରେ ସାମ୍ବାଦିକଙ୍କ ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ପୂର୍ବରୁ ସେ ବା‌ଲେଶ୍ବରରେ କାର୍ଯ୍ୟରତ ଥିବାରୁ ବାଲେଶ୍ବର, ଫୁଲବାଣୀ ଓ ତାଙ୍କ ଜନ୍ମାମାଟି ନବରଙ୍ଗପୁରରେ ସାମ୍ବାଦିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

୧୦ଦିନ ପୂର୍ବେ ସେ ପରିବାର ସଦସ୍ୟଙ୍କ ସହ କରୋନା ପରୀକ୍ଷା କରାଇଥିଲେ। ତାଙ୍କ ଦୁଇ ଝିଅଙ୍କ ପଜିଟିଭ୍ ବାହାରିଥିବା ବେଳେ ତାଙ୍କର ଏବଂ ତାଙ୍କ ପତ୍ନୀଙ୍କର ନେଗେଟିଭ୍ ଆସିଥିଲା। ହେଲେ ଗତ ୨୨ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବା ଏବଂ କରୋନା ଲକ୍ଷଣ ଦେଖା ଦେଇଥିଲା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ଔଷଧ ଖାଉଥିବା ବେଳେ ୨୪ ତାରିଖରେ ଅବସ୍ଥା ଗୁରୁତର ହେବାରୁ ତା‌ଙ୍କୁ ଜିଲ୍ଲା କୋଭିଡ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ସ୍ବାସ୍ଥ୍ୟ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ଭୁବନେଶ୍ବର କିମ୍‌ସକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସକାଳ ୭ଟା ୧୫ରେ ଶ୍ରୀ ପାଢୀଙ୍କର ସେଠାରେ ଆଖି ବୁଜିଥିଲେ।ଏହି ଖବର ପାଇ ସାମ୍ବାଦିକମାନେ ଫୁଲବାଣୀରେ ସେ ରହୁଥିବା ଭଡ଼ାଘରେ ପହଞ୍ଚି ଶୋକସନ୍ତପ୍ତ ପତ୍ନୀ ଓ ଦୁଇ ଝିଅକୁ ସାନ୍ତ୍ବନା ଦେବା ସହ ସେମାନଙ୍କୁ ଏକ ଗାଡ଼ିରେ ନିଜ ଗାଁ ନବରଙ୍ଗପୁରକୁ ପଠାଇବାର ବ୍ୟବସ୍ଥା କରାଇଥିଲେ। କରୋନାରେ ଜୀବନ ହାରିଥିବା ତାଙ୍କ ପରିବାରକୁ ସରକାରଙ୍କ ଘୋଷଣା ମୁତାବକ ଅନୁକମ୍ପା ରାଶି ୧୫ ଲକ୍ଷ ଟଙ୍କା ତୁରନ୍ତ ପ୍ରଦାନ କରିବାକୁ ସାମ୍ବାଦିକ ମହଲରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe