ଖବର ପ୍ରକାଶନ ନେଇ ସାମ୍ବାଦିକଙ୍କୁ ହତ୍ୟା ଧମକ, ଫତେଗଡ଼ ଥାନାରେ ମାମଲା ରୁଜୁ

Advertisment

‘ଗୟାଧରଙ୍କୁ ଚିହ୍ନି ନାହଁ, ହତ୍ୟାକରି ପୋଖରୀ‌ରେ ଫିଙ୍ଗିଦେବୁ’

‘ଗୟାଧରଙ୍କୁ ଚିହ୍ନି ନାହଁ, ହତ୍ୟାକରି ପୋଖରୀ‌ରେ ଫିଙ୍ଗିଦେବୁ’

ଖବର ପ୍ରକାଶନ ନେଇ ସାମ୍ବାଦିକଙ୍କୁ ହତ୍ୟା ଧମକ, ଫତେଗଡ଼ ଥାନାରେ ମାମଲା ରୁଜୁ

ଭୁବନେଶ୍ବର : ତପସ୍ବିନୀ ଦୁଷ୍କର୍ମ, ହତ୍ୟାକାଣ୍ଡ ସମ୍ପର୍କିତ ଖବର ପ୍ରକାଶନ ପରେ ‘ସମ୍ବାଦ’ର ଖଣ୍ଡପଡ଼ା ବ୍ଲକ୍‌ ପ୍ରତିନିଧି ଜିତେନ୍ଦ୍ର କୁମାର ସାହୁଙ୍କୁ ହତ୍ୟା ଧମକ ମିଳିଛି। ଏନେଇ ଶ୍ରୀ ସାହୁ ଫତେଗଡ ଥାନାରେ ରବିବାର ଦିନ ଅଭିଯୋଗ କରିଛନ୍ତି। ଫତେଗଡ଼ ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ଶ୍ରୀ ସାହୁ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତକାଲି ପୂର୍ବାହ୍ନ ପ୍ରାୟ ୧୧ଟା ୪୫ ମିନିଟ୍‌ ସମୟରେ ସ୍ଥାନୀୟ ବଡ଼ସହରା ପଞ୍ଚା‌ୟତ ଜାମୁସାହି ଗ୍ରାମର ଚିତ୍ତରଞ୍ଜନ ସୁବୁଦ୍ଧି ତାଙ୍କ ଘର ମୋବାଇଲ ନମ୍ବରକୁ ଫୋନ୍‌ କରିଥିଲେ। ‌ଫୋନ୍‌ ଜିତେନ୍ଦ୍ରଙ୍କ ଦାଦା ଉଠାଇବା ପରେ, ଚିତ୍ତରଞ୍ଜନ ଉତ୍ତେଜିତ ହୋଇପଡ଼ିଥିଲେ। ‘କାହିଁକି ତପସ୍ବିନୀ ହତ୍ୟାକାଣ୍ଡ ସମ୍ପର୍କିତ ଖବର ଜିତେନ୍ଦ୍ର ବାହାର କରିଛି’ ବୋଲି ପଚାରିଥିଲେ? ‘୧୮ ବର୍ଷ ତ‌ଳେ କ’ଣ ହୋଇଥିଲା, ତମେ ଦେଖିଥିଲ? ମାନହାନୀ ମକଦ୍ଦମା କରିବୁ, ଆମ ନେତା ଗୟାଧର ପରିଡ଼ାଙ୍କୁ ଚିହ୍ନି ନାହିଁ, ବାଡ଼େଇକି ଗୋଡ଼ହାତ ଭାଙ୍ଗିଦେବୁ, ରାସ୍ତାରେ ଗାଡ଼ି ଚଢ଼ାଇ ମାରି ପୋଖରୀରେ ଫିଙ୍ଗି‌ଦେବୁ।’ ଏହାର ପ୍ରାୟ ଏକ ଘଣ୍ଟା ପରେ ଚିତ୍ତରଞ୍ଜନ ଓ ତାଙ୍କର ୫ରୁ ୬ ଜଣ ସହଯୋଗୀ ଜିତେନ୍ଦ୍ରଙ୍କ ଘରେ ପହଞ୍ଚି ବନ୍ଧୁକ ସମେତ ନାନା ମାରଣାସ୍ତ୍ର ଧରି ଖୋଜାଖୋଜି କରିବା ସହିତ ଜିତେନ୍ଦ୍ରଙ୍କୁ ହତ୍ୟା କରିବୁ ବୋଲି ତାଙ୍କ ମା’ଙ୍କୁ ଧମକ ଦେଇ ଆସିଥିଲେ। ମା’ଙ୍କୁ ଦୁର୍ବ୍ୟବହାର ମଧ୍ୟ କରାଯାଇଥିବା ଜିତେନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି।

ଏହି ଘଟଣାକୁ ଖଣ୍ଡପଡ଼ା ଆଞ୍ଚଳିକ ସାମ୍ବାଦିକ ସଂଘ, ଭାପୁର ପେଷାଦାର ସାମ୍ବାଦିକ ସଂଘ ନିନ୍ଦା କରିଛି। ଜିତେନ୍ଦ୍ରଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି, ‌ଏନେଇ ତଦନ୍ତ ଜାରି ରହିଥିବା ଆଇଆଇସି ଗିରିଜାନନ୍ଦନ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe