କଳିଙ୍ଗ ଷ୍ଟାଡିୟମ୍‌ରେ ପରିଚୟପତ୍ର ଦେଖାଇ ପ୍ରବେଶ କରିପାରିବେ ସାମ୍ବାଦିକ

Advertisment
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଲାଗିଲା ନିଆଁ

Twitter

ଭୁବନେଶ୍ବର: ରାଜ୍ୟରେ ସରକାର ବଦଳିଛି। ନୂଆ ସରକାର ଗୋଟିଏ ପରେ ଗୋଟିଏ ବଡ଼ବଡ଼ ନିଷ୍ପତ୍ତି ନେଉଛନ୍ତି। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିବା ଓ ଲୋକସେବା ଭବନକୁ ସାମ୍ବାଦିକମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦେବା ପରେ ମୋହନ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ଭୁବନେଶ୍ବରର ବୃହତ୍‌ କ୍ରୀଡ଼ା ପରିସର ‘କଳିଙ୍ଗ ଷ୍ଟାଡିୟମ’ରେ ଏଣିକି ନିଜର ପରିଚୟ ପତ୍ର ଦେଖାଇ ସାମ୍ବାଦିକମାନେ ପ୍ରବେଶ କରି ପାରିବେ।

କ୍ରୀଡ଼ା ଓ ଯୁବସେବା ବିଭାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, କ୍ରୀଡ଼ା କାର୍ଯ୍ୟକ୍ରମ ପ୍ରତି ସାମ୍ବାଦିକମାନଙ୍କର ନିରନ୍ତର ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ। ବିଶେଷ କରି କଳିଙ୍ଗ ଷ୍ଟାଡିୟମ ଭିତରେ କ୍ରୀଡ଼ା କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ସୂଚନା ପାଇଁ ବିଭାଗ ସବୁବେଳେ ପ୍ରସ୍ତୁତ ଅଛି। ଆପଣ ଆମ ସହ ଯୋଗାଯୋଗ କରିପାରିବେ ଏବଂ ଗଣମାଧ୍ୟମ ପରିଚୟ ପତ୍ର ଦେଖାଇ କଳିଙ୍ଗ ଷ୍ଟାଡିୟମର ଗେଟ୍ ନମ୍ବର ୩ ଦେଇ ପ୍ରବେଶ କରିପାରିବେ। ଯଦି କୌଣସି ସମସ୍ୟା ହୁଏ, ଦୟାକରି ଆମ ସହ ଯୋଗାଯୋଗ କରନ୍ତୁ। ଓଡ଼ିଶା କ୍ରୀଡ଼ାର ବିକାଶ ପାଇଁ ଆମେ ଆପଣଙ୍କ ସହଯୋଗ ଆଶା କରୁଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe