ଓଡ଼ିଶାର ବୌଦ୍ଧିକ ଚିନ୍ତନକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାନ୍ତୁ ସାମ୍ବାଦିକ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନ କରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର। ଏହି କ୍ରମରେ ଓଡ଼ିଶା ସମେତ ଜାତୀୟସ୍ତରର ସାମ୍ବାଦିକମାନେ ମଧ୍ୟ ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ....

sfhfhhffh

ସମ୍ବଲପୁର: ସାମ୍ବାଦିକମାନେ କେବଳ ରାଜନୀତି ଓ ଅପରାଧିକ ଘଟଣା ବିଷୟରେ ବିତର୍କ ନ କରି ଗୋଟିଏ ସମାଜର ବ୍ୟାପ୍ତିକୁ ପରିପ୍ରକାଶ କରିବା ଦରକାର। ଏହି କ୍ରମରେ ଓଡ଼ିଶା ସମେତ ଜାତୀୟସ୍ତରର ସାମ୍ବାଦିକମାନେ ମଧ୍ୟ ଓଡ଼ିଆ ସମାଜର ଗଭୀରତା, ବ୍ୟାପକତା ଓ ବୌଦ୍ଧିକ ଚିନ୍ତନ କ୍ଷମତାକୁ ଜାଣିବା ସହ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ସବୁ ବିଷୟକୁ ଜଣାଇବା ଦରକାର ବୋଲି ଶନିବାର ନୂଆଦିଲ୍ଲୀଠାରେ ‘ପଲ୍ଲୀବାଣୀ ମିସନ୍‌’ ପକ୍ଷରୁ ଆୟୋଜିତ ‘ଭାରତୀୟ ସାମ୍ବାଦିକତା ପୁରସ୍କାର-୨୦୨୫’ ଏବଂ ‘ଓଡ଼ିଶା ସାମ୍ବାଦିକତା ପୁରସ୍କାର-୨୦୨୫’ ସମାରୋହରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ନୂଆଦିଲ୍ଲୀରେ ‘ପଲ୍ଲୀବାଣୀ ମିସନ୍‌’ର ସାମ୍ବାଦିକତା ପୁରସ୍କାର-୨୦୨୫
ପୁରସ୍କୃତ ହେଲେ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ 

ଏହି ଅବସରରେ ‘ସମ୍ବାଦ’ର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇଙ୍କ ସହିତ ‘ହିନ୍ଦୁ’ର ସ୍ବତନ୍ତ୍ର ପ୍ରତିନିଧି ସତ୍ୟସୁନ୍ଦର ବାରିକ, ‘ଅର୍ଗସ’ର ଡିଜିଟାଲ ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀଙ୍କୁ ଓଡ଼ିଶା ସାମ୍ବାଦିକତା ପୁରସ୍କାର -୨୦୨୫ ଦିଆଯାଇଥିଲା। ସେହିପରି ‘ଆଜ୍ ତକ୍‌’ର ସମ୍ପାଦକ ସଞ୍ଜୀବ ପାଲିଵଲ, ‘ହିନ୍ଦୁସ୍ତାନ’ର ସମ୍ପାଦକ ପ୍ରତାପ ସୋମବଂଶୀ, ‘ଲଲନ୍‌ଟପ୍‌’ର ସୌରଭ ଦ୍ୱିବେଦୀଙ୍କୁ ଭାରତୀୟ ସାମ୍ବାଦିକତା ପୁରସ୍କାର-୨୦୨୫ରେ ସମ୍ମାନିତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ପୁରସ୍କୃତ ଏବଂ ସମ୍ମାନିତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ କାର୍ଯ୍ୟଧାରାର ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ଯୋଗଗୁରୁ ବାବା ରାମଦେବ, ନ୍ୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ର ଗ୍ରୁପ ଏଡିଟର ସାନ୍ତ୍ୱନା ଭଟ୍ଟାଚାର୍ଯ୍ୟ ଏବଂ ପଲ୍ଲୀବାଣୀ ମିସନ୍‌ର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe