ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଜେଏସ୍‌ପିଏଲ୍ ଦେଲା ୩ କୋଟି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଜେଏସ୍‌ପିଏଲ୍ ଦେଲା ୩ କୋଟି

ଭୂବନେଶ୍ୱର : ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିଃ (ଜେଏସ୍‌ପିଏଲ୍‌) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି। ଆଜି ସଚିବାଳୟରେ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୩ କୋଟି ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି।

ସହାୟତା ରାଶି ପ୍ରଦାନ ପରେ ଶ୍ରୀ ଜିନ୍ଦଲ କହିଥିଲ, ଏକ ଦାୟିତ୍ୱସମ୍ପନ୍ନ କମ୍ପାନି ଭାବରେ ଜେଏସପିଏଲ୍ ସବୁବେଳେ ପ୍ରାକୃତିକ ଦୁର୍ବିପାକ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସହାୟତା ଯୋଗାଇ ଆସିଛି। ଫନି କ୍ଷତିଗ୍ରସ୍ତ ଅଂଚଳର ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ନିମନ୍ତେ ଆମେ ଓଡ଼ିଶାର ଜନସାଧାରଣ ତଥା ସରକାରଙ୍କ ସହିତ ରହିଛୁ। ରାଜ୍ୟ ସରକାରଙ୍କ ଦୁର୍ବିପାକ ପରିଚାଳନାକୁ ସେ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଧନ୍ୟବାଦ ଜଣାଇଛନ୍ତି।

ଫନି ପରେ ଜେଏସ୍‌ପିଏଲ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ଅନୁଷ୍ଠାନ ଜେଏସ୍‌ପିଏଲ୍ ଫାଉଣ୍ଡେସନ ପକ୍ଷରୁ ପୁରୀରେ ଜିଲ୍ଲା ପ୍ରଶାସନର ସମନ୍ୱୟରେ ବାତ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କୁ ଏକ ଲକ୍ଷ ମିଲ୍ (ରନ୍ଧା ଖାଦ୍ୟ) ଯୋଗାଇ ଦିଆଯାଇଛି। ଏହା ବ୍ୟତୀତ, ସୁନ୍ଦରଗଡର ଟେନ୍‌ସାଠାରେ ଥିବା ଜେଏସ୍‌ପିଏଲ୍ ଟିଆରବି ମାଇନ୍ସ ପକ୍ଷରୁ ୫୦,୦୦୦ ଲିଟର ପାନୀୟ ଜଳ ଏବଂ ଅନୁଗୁଳ କାରଖାନା ପକ୍ଷରୁ ସରକାରୀ କାର୍ଯ୍ୟାଳୟ ମରାମତି ନିମନ୍ତେ ସିମେଣ୍ଟ ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe