କେନ୍ଦୁଝରରେ ଜେଏସ୍‌ଡବ୍ଲୁ-ପୋସ୍କୋ କାରଖାନା: ୫୪ ଏମ୍‌ଓୟୁ, ୪.୫ ଲକ୍ଷ କୋଟିର ପ୍ରତିଶ୍ରୁତି

Advertisment

ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ ୨୦୨୫ର ପ୍ରଥମ ଦିନରେ ରାଜ୍ୟକୁ ପୁଞ୍ଜିନିବେଶର ସୁଅ ଛୁଟିଛି। ପ୍ରଥମ ଦିନରେ ୫୪ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ମାଧ୍ୟମରେ ରାଜ୍ୟକୁ ୪ ଲକ୍ଷ ୫୦ ହଜାର କୋଟିର ପୁଞ୍ଜିନିବେଶ ଆସିବ।

Updated On

ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ ୨୦୨୫ର ପ୍ରଥମ ଦିନରେ ରାଜ୍ୟକୁ ପୁଞ୍ଜିନିବେଶର ସୁଅ ଛୁଟିଛି। ପ୍ରଥମ ଦିନରେ ୫୪ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ମାଧ୍ୟମରେ ରାଜ୍ୟକୁ ୪ ଲକ୍ଷ ୫୦ ହଜାର କୋଟିର ପୁଞ୍ଜିନିବେଶ ଆସିବ।

ଅଦ୍ୟତନ ହୋଇଛି
Sfsfsaa

ଭୁବନେଶ୍ବର: ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ ୨୦୨୫ର ପ୍ରଥମ ଦିନରେ ରାଜ୍ୟକୁ ପୁଞ୍ଜିନିବେଶର ସୁଅ ଛୁଟିଛି। ପ୍ରଥମ ଦିନରେ ୫୪ଟି ସଂସ୍ଥା ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ମାଧ୍ୟମରେ ରାଜ୍ୟକୁ ୪ ଲକ୍ଷ ୫୦ ହଜାର କୋଟିର ପୁଞ୍ଜିନିବେଶ ଆସିବ। ‌ଗୋଟିଏ ଦିନରେ ଏତେ ସଂଖ୍ୟକ ଏମ୍‌ଓୟୁ ରାଜ୍ୟ ପାଇଁ ଐତିହାସିକ ସଫଳତା। ରାଜ୍ୟରେ ଆଦାନୀ ଗ୍ରୁପ୍ ସର୍ବାଧିକ ୨ ଲକ୍ଷ ୨୮ ହଜାର କୋଟି, ବେଦାନ୍ତ ୧ ଲକ୍ଷ କୋଟି, ଜେଏସ୍‌ଡବ୍ଲୁ ୭୫ ହଜାର କୋଟି, ଜେଏସ୍‌ପିଏଲ୍‌ ୭୦ ହଜାର କୋଟିର ନିବେଶ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି।  

କେନ୍ଦୁଝରରେ ଜେଏସ୍‌ଡବ୍ଲୁ-ପୋସ୍କୋ କାରଖାନା
୧୦୦ ସିଇଓଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉତ୍କର୍ଷ ଓଡ଼ିଶା-ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭକୁ ଐତିହାସିକ ଏବଂ ଯୁଗାନ୍ତକାରୀ ବୋଲି କହିଛନ୍ତି। ୨୯ ତାରିଖରେ ଏହି ସଂଖ୍ୟା ଆହୁରି ବଢ଼ିବ। ଓଡ଼ିଶାକୁ ସମୃଦ୍ଧ କରିବାରେ ଏହା ସହାୟକ ହେବ। ମନ୍ତ୍ରୀ କହିଛନ୍ତି ଯେ ଜେଏସ୍‌ଡବ୍ଲୁ ରାଜ୍ୟ ସରକାରଙ୍କ ସହିତ ଯେଉଁ ୭୫ ହଜାର କୋଟିର ଏମ୍‌ଓୟୁ ସ୍ବାକ୍ଷର କରିଛି; ସେଥିରେ କେନ୍ଦୁଝରରେ ଏକ ମେଗା ଇସ୍ପାତ କାରଖାନା ସ୍ଥାପନ ହେବ। ପୋସ୍କୋ ସହ ଯୌଥ ଉଦ୍ୟୋଗରେ ଜେଏସ୍‌ଡବ୍ଲୁ ଏହି ଇସ୍ପାତ କାରଖାନା କରିବ। ‌ସେହିଭଳି ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସୂଚନା ଦେଇ କହିଛନ୍ତି ଯେ କେନ୍ଦୁଝରରେ ବାର୍ଷିକ ୫ ନିୟୁତ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ ପାଇଁ ଜେଏସ୍‌ଡବ୍ଲୁ ଗ୍ରୁପ୍ ସହ ଏମ୍‌ଓୟୁ ହୋଇଛି। ସେହିଭଳି ବିର୍ଲା ଗ୍ରୁପ କପର୍‌ ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଏମ୍‌ଓୟୁ ସ୍ବାକ୍ଷର କରିଛି। ଏହାଛଡ଼ା ୧୦୦ରୁ ଅଧିକ କଂପାନି ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି।‌ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ୍‌ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

କନ୍‌କ୍ଲେଭରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦୦ରୁ ଅଧିକ ପ୍ରତିଷ୍ଠିତ କମ୍ପାନିର ସିଇଓଙ୍କ ସହିତ ଆଲୋଚନା କରିଛନ୍ତି। ବୈଠକରେ ଇସ୍ପାତ, ଗ୍ରିନ୍‌ ଏନର୍ଜି, ଗ୍ରିନ୍‌ ଆମୋନିଆ, ଗ୍ରିନ୍‌ ହାଇଡ୍ରୋଜେନ, ଅକ୍ଷୟ ଶକ୍ତି, କେମିକାଲ୍ସ, ସେମିକଣ୍ଡକ୍ଟର, ଆଇଟି, ସିମେଣ୍ଟ୍‌ ଭଳି କ୍ଷେତ୍ରର କମ୍ପାନିର ସିଇଓମାନେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବର୍ତ୍ତମାନ ପ୍ରକୃଷ୍ଟ ସମୟ। ଆଜିର ସମୟରେ ଓଡ଼ିଶାର ଜିଡିପି ଦେଶରେ ସର୍ବୋଚ୍ଚ ସ୍ତରରେ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଏହି କାର୍ଯ୍ୟକ୍ରମକୁ ନେଇ ବହୁ ଉତ୍ସାହିତ ଥିଲେ। ଓଡ଼ିଶା ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ଏବଂ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସମର୍ଥନ ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହା ମଧ୍ୟ କହିଥିଲେ ଯେ ଓଡ଼ିଶାର ପ୍ରତି ଜିଲ୍ଲାରେ ଆମେ ଗୋଟିଏରୁ ଦୁଇଟି ଶିଳ୍ପ ପ୍ରତିଷ୍ଠା ପାଇଁ ଲକ୍ଷ୍ୟ ରଖିଛୁ।  ଏଥିପାଇଁ ଆମେ ଭିତ୍ତିଭୂମି ବିକାଶ କରୁଛୁ। ରାଜ୍ୟରେ ରେଳପଥ,ସଡ଼କପଥ ଓ ବନ୍ଦର କ୍ଷେତ୍ରର ବିକାଶ କରାଯାଉଛି। ଯଦ୍ୱାରା କି ଆଜି ମାଲକାନଗିରି ଭଳି ସୀମାନ୍ତ ଅଞ୍ଚଳରେ ମଧ୍ୟ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବାକୁ ଯାଉଛି। ଏହା ସମ୍ପୃକ୍ତ ଅଞ୍ଚଳଗୁଡିକର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହିତ ଯୁବବର୍ଗଙ୍କୁ ବ୍ୟାପକ ନିଯୁକ୍ତି ପ୍ରଦାନ କରିବ। ସିଇଓମାନଙ୍କ ସହ ହୋଇଥିବା ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ସିଆଇଆଇର ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ, ପିଡବ୍ଲୁସିର ଅଧ୍ୟକ୍ଷ ସଞ୍ଜୀବ କ୍ରିଷନ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଓ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ କୁମାର ଶର୍ମା ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe