ଚଢ଼ଉ ବେଳେ ପୁଲିସକୁ ଜୁଆଡ଼ିଙ୍କ ଆକ୍ରମଣ : ଭ୍ୟାନ୍ ଭଙ୍ଗାରୁଜା, ଓଆଇସିଙ୍କ ସମେତ ୪ ଆହତ

ଚଢ଼ଉ ବେଳେ ପୁଲିସକୁ ଜୁଆଡ଼ିଙ୍କ ଆକ୍ରମଣ : ଭ୍ୟାନ୍ ଭଙ୍ଗାରୁଜା, ଓଆଇସିଙ୍କ ସମେତ ୪ ଆହତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଓ ଗୋଷାଣୀ ବ୍ଲକ୍ ଖରସଣ୍ଡା ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରିବାକୁ ଯାଇଥିବା ପୁଲିସ ଟିମ୍ ଜୁଆଡ଼ିଙ୍କ ଆଡୁ ଅତର୍କିତ ଆକ୍ରମଣର ଶିକାର ହୋଇଛନ୍ତି। ଜୁଆଡ଼ିମାନେ ପୁଲିସ ଟିମ୍‌ ଉପରକୁ ପଥର ମାଡ଼ କରିଛନ୍ତି। ଏହାସହ ଭ୍ୟାନ୍‌କୁ ବି ଭଙ୍ଗାରୁଜା କରିଛନ୍ତି। ଏଥିରେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କ ସମେତ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ରାତିରେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳ‌ୟରେ ଭର୍ତ୍ତି କରାଯାଇଛି।

ବହୁ ଦିନ ହେଲା ଉକ୍ତ ଅଞ୍ଚଳରେ ଜୁଆ ଆଡ଼ା ଚାଲୁଥିବା ଖବର ଥିଲା। ଆଜି ରାତିରେ ଓଆଇସି ମମତା ପଣ୍ଡା ଓ ୪ ଜଣ କନଷ୍ଟେବଲ୍ ଚଢ଼ଉ କରିଥିଲେ। ପୁଲିସ ଟିମ୍‌କୁ ଦେଖି ଜୁଆଡ଼ି ମାନେ ପ୍ରବଳ ପଥର ମାଡ଼ କରିଥିଲେ। କୌଣସି ମତେ ପୁଲିସ ଟିମ୍ ସେଠାରୁ ଫେରିଥିଲେ। ଖବର ମିଳିବା ସୁଦ୍ଧା, ଗାଁରେ ପୁଲିସ ଫୋର୍ସ ମୁତୟନ ଅଛନ୍ତି। ଗଜପତି ଅତିରିକ୍ତ ଏସପି ସୀତାରାମ ଶତପଥୀ ଓ ପାରଳା ଏସଡିପିଓ ଆର.କେ.ପତି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ତଥ୍ୟ ସଂଗ୍ରହ କରିଛନ୍ତି। ଭଙ୍ଗା ପୁଲିସ ଭ୍ୟାନ୍ ଗାଁରେ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe