ଜିଲ୍ଲା ଜଜଙ୍କ ପ୍ରସ୍ତାବ: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ପ୍ରଥା ବନ୍ଦ କରାଯାଉ

ଜିଲ୍ଲା ଜଜଙ୍କ ପ୍ରସ୍ତାବ: ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ପ୍ରଥା ବନ୍ଦ କରାଯାଉ

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ପ୍ରଥା ବନ୍ଦ କରିବାକୁ ପୁରୀ ଜିଲ୍ଲା ଜଜ ଗୁରୁବାର ପ୍ରସ୍ତାବ ଦେଇଛନ୍ତି। ଥାଳି ମାଧ୍ୟମରେ ସେବାୟତଙ୍କ ଦାନ ଗ୍ରହଣ ଉପରେ ରୋକ ଲଗାଯାଉ ବୋଲି ସେ କହିଛନ୍ତି। ରୋଷଘର ଓ ଚୁଲା ଉପରେ ମନ୍ଦିର ପ୍ରଶାସନର ନିୟନ୍ତ୍ରଣ ରହୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବାକୁ ଧାଡ଼ି ବ୍ୟବସ୍ତା କରାଯାଉ, ଆକାଉଣ୍ଟ ଜେନେରାଲଙ୍କ ଦ୍ୱାରା ମନ୍ଦିର ଫଣ୍ଡର ଅଡିଟ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ସେହିପରି ସେବକ ଓ କର୍ମଚାରୀଙ୍କ ପାଇଁ ପରିଚୟପତ୍ର ଦିଆଯାଉ। ମନ୍ଦିର ଅଫିସରରେ ଗାଇଡଙ୍କ ପଞ୍ଜୀକରଣ କରାଯାଉ। ଏହା ଦ୍ୱାରା ବାହାର ରାଜ୍ୟରୁ ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତମାନେ ଶୃଙ୍ଖଳିତ ଭାବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିପାରିବେ। ମନ୍ଦିର ପ୍ରଶାସନର କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରାଯାଉ। ଜଗନ୍ନାଥ ଟେମ୍ପୁଲ ଆକ୍ଟରେ ପରିବର୍ତ୍ତନ ହେଉ। ହୁଣ୍ଡିରେ ଆସୁଥିବା ଦାନ ଉପରେ ନଜର ରଖାଯାଉ। ସେହିଭଳି ଅଗଷ୍ଟ ୩୧ ସୁଦ୍ଧା ଆଉ ଏକ ରିପୋର୍ଟ ଦେଇ ପାରିବେ ବୋଲି ଜଜ ପ୍ରସ୍ତାବ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe