୨୧ବର୍ଷ ପରେ ସରକାରୀ ଅର୍ଥ ଆତ୍ମସାତ ମାମଲାର ଫଇସଲା: କ୍ୟାସିୟରଙ୍କୁ ୨ବର୍ଷ କାରାଦଣ୍ଡାଦେଶ

Advertisment

ବିଡିଓ ନିର୍ଦ୍ଦୋଶରେ ଖଲାସ  

ବିଡିଓ ନିର୍ଦ୍ଦୋଶରେ ଖଲାସ  

୨୧ବର୍ଷ ପରେ ସରକାରୀ ଅର୍ଥ ଆତ୍ମସାତ ମାମଲାର ଫଇସଲା: କ୍ୟାସିୟରଙ୍କୁ ୨ବର୍ଷ କାରାଦଣ୍ଡାଦେଶ

ଜୟପୁର: ୧୯୯୫ମସିହାରୁ ୧୯୯୮ମସିହା ମଧ୍ୟରେ ମାଲକାନଗିରି ବ୍ଲକରେ ହୋଇଥିବା ୭ଲକ୍ଷ ୧୦ହଜାର ଟଙ୍କା ସରକାରୀ ଅର୍ଥ ଆତ୍ମସାତ୍ ମାମଲାର ରାୟ ଶୁଣାଇଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍। ଏହି ମାମଲାରେ ଅଭିଯୁକ୍ତ ଥିବା ତତ୍କାଳୀନ କ୍ୟାସିଅରଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଏହା ସହ ୫ହଜାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ୨୧ବର୍ଷ ତଳେ ରୁଜୁ ହୋଇଥିବା ଏହି ମାମଲାରେ ଜଡ଼ିତ ଥିବା ଅନ୍ୟ ସହ ଅଭିଯୁକ୍ତ ଥିବା ତତ୍କାଳୀନ ବିଡିଓଙ୍କୁ  ନିର୍ଦୋଶରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ମାଲାକାନଗିରି ବ୍ଲକରେ ୮.୯.୧୯୯୫ ମସିହାରୁ ୭.୫.୧୯୯୮ମସିହା ପର୍ଯ୍ୟନ୍ତ ବିଡିଓ ଭାବେ କାର୍ଯ୍ୟରତ ଥିଲେ ରାଜକିଶୋର ଶାସ୍ତ୍ରୀ। ସେ ସମୟରେ ତାଙ୍କ ନିକଟରେ ଶିବରାମ ରାଜ  କ୍ୟାସିୟର ରହିଥିଲେ। କ୍ୟାସିୟର ଶିବରାମ ରାଜ ଏସମୟରେ ଭତ୍ତା ବାବଦର ୬ଲକ୍ଷ ଓ ଗାଡ଼ି ଭଡ଼ା ବାବଦ ନାଁରେ ଏକ ଲକ୍ଷ ୧୦ହଜାର ଏଭଳି ୭ଲକ୍ଷ ୧୦ହଜାର ଟଙ୍କା ସରକାରୀ ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନସ୍ ମାମଲାର ଯାଂଚ କରି ଗତ ୨୦୦୦ ମସିହାରେ ମାମଲା ରୁଜୁ କରିଥିଲେ।

ତେବେ ତତ୍କାଳୀନ ବିଡିଓଙ୍କ ଅଗୋଚରରେ ଅଭିଯୁକ୍ତ କ୍ୟାସିଅର ସରକାରୀ ଅର୍ଥ ଆତ୍ମସାତ କରିଥିବା ସାକ୍ଷ୍ୟ ପ୍ରମାଣ ବେଳେ ଜଣା ପଡ଼ିଥିଲା। ଏହି ମାମଲାରେ ତତ୍କାଳୀନ ବିଡିଓ ତଥା ବର୍ତ୍ତମାନ କେନ୍ଦ୍ରୀୟ ଡିଭିଜନ୍ ଆରଡିସିରେ ସଚିବ ଥିବା ରାଜକିଶୋର ଶାସ୍ତ୍ରୀଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି ସ୍ବତନ୍ତ୍ର ଭିଜିଲାନସ୍ ଜଜ୍। ଅନ୍ୟପକ୍ଷରେ ଅଭିଯୁକ୍ତ କ୍ୟାସିଆର ଶିବରାମ ରାଜଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡାବଦେଶ ସହ ୫ହଜାର ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଆଉ ୩ମାସ ଜେଲଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଏମ୍. ବାଲାଜୀ ରାଓ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe