ହାଇକୋର୍ଟଙ୍କ ରାୟ: ସାଧାରଣ ଅଭିଯୋଗରେ ଚାକିରିରୁ ବହିଷ୍କାର ଦଣ୍ଡ ମାତ୍ରାଧିକ କଠୋର ନିଷ୍ପତ୍ତି

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ସାଧାରଣ ଅଭିଯୋଗ ପାଇଁ ଚାକିରିରୁ ବହିଷ୍କାର ଭଳି ଦଣ୍ଡକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ। ଚାକିରିରୁ ବହିଷ୍କାର ନିର୍ଦ୍ଦେଶକୁ ଚାଲେଞ୍ଜ କରି ଜଣେ ପୁଲିସ କନଷ୍ଟେବଳ ଦାୟର କରିଥିବା ମାମଲାର ଶୁଣାଣି କରି ହାଇକୋର୍ଟ ପ୍ରତିକୂଳ ମନ୍ତବ୍ୟ ରଖିବା ସହିତ ଆବେଦନକାରୀଙ୍କ ବହିଷ୍କାର ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି। ଏଥି ସହିତ ବହିଷ୍କାର ଆଦେଶକୁ ବାଧ୍ୟତାମୂଳକ ଅବସରକୁ ପରିବର୍ତ୍ତନ କରିବା ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଡକ୍ଟର୍‌ ଜଷ୍ଟିସ୍‌ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜ୍ଞାନେନ୍ଦ୍ରନାଥ ମହନ୍ତଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଆବେଦନକାରୀଙ୍କ ବିରୋଧରେ କେବଳ ବିନା ଅନୁମତିରେ କାର୍ଯ୍ୟକ୍ଷେତ୍ରରୁ ଦୀର୍ଘ ସମୟ ଅନୁପସ୍ଥିତି ନେଇ ଅଭିଯୋଗ ରହିଛି। ନୈତିକତା ଓ ଚରିତ୍ରକୁ ନେଇ ତାଙ୍କ ବିରୋଧରେ କୌଣସି ଅଭିଯୋଗ ନଥିଲା। ତେବେ ଏପରି କ୍ଷେତ୍ରରେ ବହିଷ୍କାର ଆଦେଶ ମାତ୍ରାଧିକ କଠୋର ନିଷ୍ପତ୍ତି ବୋଲି ଅନୁଭବ ହେଉଛି। ଆବେଦନକାରୀ ୧୭ବର୍ଷ ଚାକିରିରେ ଅତିବାହିତ କରିସାରିଛନ୍ତି। ଏଣୁ ଏହି ବହିଷ୍କାର ଆଦେଶ ବଦଳରେ ବାଧ୍ୟତାମୂଳକ ଅବସର ଦିଆଗଲେ ବିଭାଗର ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ହାଇକୋର୍ଟ କହିଛନ୍ତି। ୨୦୧୫, ସେପ୍ଟେମ୍ବର ୪ରେ ମୟୂରଭଞ୍ଜ ଏସ୍‌ପିଙ୍କ ପକ୍ଷରୁ ଆବେଦନକାରୀଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ନିଆଯାଇଥିବା ବହିଷ୍କାର ଆଦେଶ ସହିତ ଏ ସଂପର୍କିତ ଅନ୍ୟ ଆଦେଶକୁ ପରିବର୍ତ୍ତନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କାର୍ଯ୍ୟରେ ଅବହେଳା, ବିନା ଅନୁମତିରେ ବହୁଦିନ କାର୍ଯ୍ୟରେ ଅନୁପସ୍ଥିତ ରହିବା ଓ ବିଶୃଙ୍ଖଳିତ ଆଚରଣ ପାଇଁ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିବା ଆବେଦନକାରୀଙ୍କୁ ଚାକିରିରୁ ବହିଷ୍କାର ପାଇଁ ମୟୂରଭଞ୍ଜ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ। ୨୦୧୫, ସେପ୍ଟେମ୍ବର୍‌ ୪ର ଏହି ଆଦେଶ ବିରୋଧରେ ଆବେଦନକାରୀ ପୂର୍ବାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ବହିଷ୍କାର ନିର୍ଦ୍ଦେଶ ୨୦୧୬, ଅଗଷ୍ଟ ୪ରେ କାଏମ ରଖିବା ସପକ୍ଷରେ ରାୟ ପ୍ରକାଶ ପାଇଥିଲା। ଏ ନେଇ ଆବେଦନକାରୀ ରାଜ୍ୟ ପ୍ରାଶାସନିକ ଟ୍ରିବ୍ୟୁନାଲ୍‌ରେ ମାମଲା ରୁଜୁ କରିଥିଲେ। ଟ୍ରିବ୍ୟୁନାଲ୍‌ରୁ ନିରାଶ ହେବା ପରେ ଆବେଦନକାରୀ ୨୦୧୮ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମାନସ ପତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe