ଜମି ବିବାଦ ପାଇଁ ଦଳିତ ପରିବାର ବାସନ୍ଦ

Advertisment

ପୀଡିତ ପରିବାର ପ୍ରଶାସନକୁୁ ଗୁହାରି ଜଣାଇଲା

ପୀଡିତ ପରିବାର ପ୍ରଶାସନକୁୁ ଗୁହାରି ଜଣାଇଲା

ଜମି ବିବାଦ ପାଇଁ ଦଳିତ ପରିବାର ବାସନ୍ଦ

ନବରଙ୍ଗପୁର: ଜମି ବିବାଦକୁ କେନ୍ଦ୍ର କରି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଫୁଫୁଗାଁର ଗୋଟିଏ ପରିବାରକୁ ଗ୍ରାମବାସୀ ବାସନ୍ଦ କରିଛନ୍ତି। ଆଜି ଏମିତି କିଛି ଅଭିଯୋଗ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ କରିଛନ୍ତି ବାସନ୍ଦ ପରିବାର। ସୂଚନା ଅନୁଯାୟୀ, ଫୁଫୁଗାଁ ଗ୍ରାମର ତ୍ରିନାଥ ଛକ ନିକଟ ହରିଜନ ସାହିରେ ପଣ୍ଡାରାମ ଦୁରିଆ (୫୫), ପତ୍ନୀ ସୁଲୋଚନା ଦୁରିଆ (୫୦), ପୁଅ ପଦ୍ମନାଭ ଦୁରିଆ (୨୫) ଏବଂ ଝିଅ କୁମାରୀ ଦୁରିଆ (୨୦)କୁ ନେଇ ରହୁଛନ୍ତି। ସରକାରୀ ଜମିରେ ସେ ଦୀର୍ଘ ୩୦ବର୍ଷ ହେଲା ରହି ଆସୁଛନ୍ତି। ୨୦୦୦ ମସିହାରେ ଇନ୍ଦିରା ଆବାସ ପାଇବା ପରେ ଟିଣ ଛପର ପକାଇ ଘର ନିର୍ମାଣ କରିଥିଲେ। ତେବେ ଗତ ୨୪ତାରିଖ ଦିନ ସେହି ଗାଁର ଅସ୍ତୁ କମର ତାଙ୍କୁ ଏହି ଜମି ଛାଡି ଯିବାକୁ ତାଗିଦ କରିଥିଲେ। ଏନେଇ ପଣ୍ଡାରାମ ପ୍ରତିବାଦ କରିବାରୁ ପରିବାର ଉପରେ ଆକ୍ରମଣ ସହ ଗାଳିଗୁଲଜ କରାଯାଇଥିଲା। ଏ ସଂକ୍ରାନ୍ତରେ ପତ୍ନୀ ସୁଲୋଚନା ଦୁରିଆ ଝରିଗାଁ ଥାନାରେ ଏତଲା ଦେଇଥିଲେ।

ଏହାପରେ ପୁଣି ସଂଧ୍ୟାରେ କିଛି ଜଣ ତାଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲେ। ତେଣୁ ସେ ଗତ ୨୫ତାରିଖ ଦିନ ନବରଙ୍ଗପୁର ଏସପିଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ। ଯାହାଫଳରେ ୨୭ ତାରିଖ ଦିନ ଗାଁରେ ଓ୍ଵାର୍ଡସଭ୍ୟ ସୁକେନ୍ଦ୍ର କୁଳଦୀପ ବୈଠକ ଡକାଇ ତାଙ୍କ ପରିବାରକୁ ବାସନ୍ଦ କରିଥିଲେ। ଏପରିକି ତାଙ୍କ ପରିବାର ସହ କେହି କଥାବର୍ତା କଲେ ୫ହଜାର ଟଙ୍କା ଜରିମାନା ଦେବାକୁ ପଡିବ ଏବଂ କୌଣସି ଗାଡିରେ ଏହି ପରିବାରକୁ କେହି ନେବେ ନାହିଁ ବୋଲି କହିଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ବନ୍ଧୁ ଓ ସଂପର୍କୀୟଙ୍କୁ ମଧ୍ୟ ଗାଁକୁ ନଆସିବା ପାଇଁ ତାଗିଦ୍‌ କରାଯାଇଛି।

ସାହିରେ ଥିବା ନଳକୂପରୁ ପାଣି ଆଣିବାକୁ ଦିଆଯାଉ ନାହିଁ। ତେଣୁ ଏହି ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଦାବି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। କିନ୍ତୁ ଜିଲ୍ଲାପାଳ ନଥିବାରୁ ସେମାନେ ଉପଜିଲ୍ଲାପାଳ କରୁଣାକର ରାଇକାଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ। ଏ ସଂକ୍ରାନ୍ତରେ ଡାକ ଯୋଗେ ଏସପି, ମାନାବାଧିକାର କମିସନ ଓ ଅନୁସୂଚିତ ଜାତି ଓ ଜନଜାତୀ କମିିସନଙ୍କ ନିକଟକୁ ଅଭିଯୋଗ ପଠାଇଥିବା କହିଛନ୍ତି। ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ମାନବାଧିକାର କର୍ମୀ ସରୋଜ ସାହୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe