ଝାରସୁଗୁଡା ବିମାନବନ୍ଦରକୁ ରୂପାନ୍ତରିତ କରାଯାଉ: ଜୁଏଲ

୧୨ରୁ ଉଡ଼ିବ ଝାରସୁଗୁଡ଼ା-ମୁମ୍ବାଇ ବିମାନ, ଟିକେଟ ବୁକିଂ ଆରମ୍ଭ

Wikipedia

ରାଉରକେଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଆଜି ଲୋକସଭା ଅଧିବେଶନରେ ଝାରସୁଗୁଡା ବିମାନ ସେବା ସଂକ୍ରାନ୍ତରେ କହିଥିଲେ। ବାଚସ୍ପତିଙ୍କ ଜରିଆରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉଡାନ ଯୋଜନାରେ ଝାରସୁଗୁଡାରୁ ନୂଆଦିଲ୍ଲୀ ଓ ନୂଆଦିଲ୍ଲୀରୁ ଝାରସୁଗୁଡାକୁ ଚାଲୁଥିବା ସ୍ପାଇସ୍‌ ଜେଟ୍‌ ବିମାନ ସେବାରେ କେତେକ ଅନିୟମତା ଓ ମନମୁଖୀ କାର୍ଯ୍ୟକୁ ଶ୍ରୀ ଓରାମ ଅବଗତ କରାଇଛନ୍ତି। କୋଭିଡ଼ ଯୋଗୁ ସ୍ପାଇଟ୍‌ ଜେଟ୍‌ର ଚୁକ୍ତି ସମୟ ସୀମାକୁ ବୃଦ୍ଧି କରାଯାଇଛି। ଏଥି ମଧ୍ୟରେ ଯାତ୍ରୀମାନଙ୍କ ବୃଦ୍ଧି ଯୋଗୁ ସ୍ପାଇସ୍‌ ଜେଟ୍‌ ଥରେ ପରିବର୍ତ୍ତେ ଏହି ମାର୍ଗରେ ଉଭୟ ପାର୍ଶ୍ବରୁ ସକାଳ ଓ ସଂଧ୍ୟାରେ ୨ଥର ବିମାନ ଚଳାଇବାକୁ ସ୍ଥିର କରିଛି।

କିନ୍ତୁ ପରିତାପର ବିଷୟ ସ୍ପାଇସ୍‌ ଜେଟ୍‌ର ନିକୃଷ୍ଟଧରଣର ସେବା ଯାତ୍ରୀମାନଙ୍କ ଅସନ୍ତୋଷ କରୁଛି। ଅଧିକନ୍ତୁ ଅଧିକାଂଶ ଦିନ ବିନାକାରଣରେ ବିମାନ ସେବା ବାତିଲ ହେବା ଯୋଗୁ ଯାତ୍ରୀମାନଙ୍କୁ ହଇରାଣ ହେବାକୁ ପଡୁଛି। ସ୍ପାଇସ୍‌ ଜେଟ୍‌ର ଏପରି ମନମାନି ନିଷ୍ପତ୍ତିର ସମାଧାନ ପାଇଁ ଝାରସୁଗୁଡା ବିମାନ ବନ୍ଦରକୁ ଉଡାନ ଯୋଜନା ପରିବର୍ତ୍ତେ ସାଧାରଣ ବର୍ଗ ବିମାନ ବନ୍ଦରରେ ରୂପାନ୍ତରିତ କରିବାକୁ ଶ୍ରୀ ଓରାମ ଜଣାଇଛନ୍ତି। ଏହା ଦ୍ବାରା ଅନ୍ୟ ବିମାନ ସେବା ଉପଲବ୍‌ଧି ହୋଇ ପାରିବା ସହ କୌଣସି ଏକକ କମ୍ପାନିର ଏକଚାଟିଆ କାରବାର ବନ୍ଦ ହୋଇ ପାରିବ। ଯାତ୍ରୀମାନେ ଏହାର ସୁଫଳ ପାଇପାରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe