ସୁସ୍ଥହୋଇ ଫେରିଲେ ଜୁଏଲ: ପତ୍ନୀଙ୍କ ଏକାଦଶହ କର୍ମ ପାଇଁ ୨୯ଯାଏ ଗାଁରେ ରହିବେ

Advertisment
ସୁନ୍ଦରଗଡ଼ ଏମ୍ସ ପ୍ରସଙ୍ଗରେ ମୁହଁ ବୁଲାଇନେଲେ ଜୁଏଲ !

ରାଉରକେଲା: କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଉତ୍ତରପୂର୍ବ ରାଜ୍ୟ ଗସ୍ତ ସମୟରେ ସେ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କ ସହ ପତ୍ନୀ ଝିଙ୍ଗିଆ ଓରାମ ମଧ୍ୟ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଉଭୟ ପତିପତ୍ନୀ ଗତ ୧୧ ତାରିଖରେ ଭୁବନେଶ୍ବରସ୍ଥ ଏକ ବେସରକାରୀ ହସପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଗତ ୧୭ ତାରିଖ ଦିନ ପତ୍ନୀ ଝିଙ୍ଗିଆଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଜୁଏଲ୍‌ ଉକ୍ତ ଡାକ୍ତରଖାନାରୁ ବାହାରି ପତ୍ନୀଙ୍କ ମରଶରୀର ସହ ନିଜ ଗାଁ’ କେନ୍ଦୁଡିହିକୁ ଆସି ୧୮ ତାରିଖରେ ଅନ୍ତିମ ସଂସ୍କାର କରିଥିଲେ। ଏହାପରେ ପୁଣି ଶ୍ରୀ ଓରାମଙ୍କ ପଟିଲେଟ୍‌ ହ୍ରାସ ପାଇବାରୁ ଅଧିକ ଚିକିତ୍ସା ପାଇଁ ୧୯ ତାରିଖରେ ଦିଲ୍ଲୀ ଯାଇ ଏମ୍‌ସରେ ଭର୍ତ୍ତି ହୋଇଥିଲେ।

ଦିଲ୍ଲୀ ଏମ୍‌ସରେ ଦୁଇଦିନ ଚିକିତ୍ସା ପରେ ଗତ ୨୧ ତାରିଖରେ ସଂପୂର୍ଣ୍ଣ ସୁସ୍ଥ ହୋଇ ଶ୍ରୀ ଓରାମ ଡିସ୍‌ଚାର୍ଜ ହୋଇଥିଲେ। ଏବେ ଡେଙ୍ଗୁକୁ ପ୍ରତିହତ କରି ସେ ପତ୍ନୀଙ୍କ ଅନ୍ତିମ କ୍ରିୟାକର୍ମରେ ଯୋଗଦେବାକୁ ଜନ୍ମମାଟି ସୁନ୍ଦରଗଡ଼ ଜିଲ୍ଲାର କେନ୍ଦୁଡିହିକୁ ଫେରିଛନ୍ତି। ଗୁରୁବାର ଅପରାହ୍‌ଣ ୩ଟା ୨୦ରେ ସେ ନୂଆଦିଲ୍ଲୀରୁ ବାହାରି ଝାରସୁଗୁଡ଼ା ପହଞ୍ଚିଥିଲେ। ସେଠାରୁ ସଡ଼କପଥରେ ଆସି ପ୍ରଥମେ ସୁନ୍ଦରଗଡ଼ ଓ ପରେ ରାଉରକେଲାରେ କିଛି ସମୟ ରହିଥିଲେ। ରାତିରେ ଶ୍ରୀ ଓରାମ ଗାଁରେ ପହଞ୍ଚିଥିବା ଜଣାପଡ଼ିଛି। ସେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଗାଁରେ ରହିବେ। ୨୮ ତାରିଖରେ ତାଙ୍କ ପତ୍ନୀଙ୍କ ଏକାଦଶାହ କର୍ମ କେନ୍ଦୁଡିହିଠାରେ ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe