ତ୍ରିଶୁଳିଆ : ବିଶିଷ୍ଟ ଶିଳ୍ପପତି ଯୁଗଳ କିଶୋର ଝୁନ୍ଝୁନ୍ୱାଲାଙ୍କର ଆଜି ଅପରାହ୍ଣରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁତ୍ର ସୁରେନ୍ ଝୁନ୍ଝୁନ୍ୱାଲା, ମୋହନ ଝୁନ୍ଝୁନ୍ୱାଲା ଓ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ବାରଙ୍ଗଠାରେ ଗଢ଼ି ଉଠିଥିବା ଶିଳ୍ପ ସମୂହ ଯଥା ଦୁର୍ଗା କାଚ କାରଖାନା, ଓଡ଼ିଶା ଟାଇଲ୍ସ, ଓଡ଼ିଶା ରିଫ୍ରାକ୍ଟୋରି ଓ ବିଭିନ୍ନ ସ୍ଥାନରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଅନେକ ଶିଳ୍ପସଂସ୍ଥା ରହିଛି। ଏହାଛଡ଼ା ସେ ଝୁନ୍ଝୁନ୍ୱାଲା ବିଦ୍ୟାପୀଠ, ହସ୍ପିଟାଲ କନକ ଦୁର୍ଗା ମନ୍ଦିର ପ୍ରଭୃତି ପ୍ରତିଷ୍ଠା କରିଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନ ସେ ଜଡ଼ିତ ଥିଲେ। ତାଙ୍କ ବିୟୋଗରେ ବାରଙ୍ଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ବିଶିଷ୍ଟ ଶିଳ୍ପପତି ଯୁଗଳ କିଶୋର ଝୁନ୍ଝୁନ୍ୱାଲାଙ୍କ ପରଲୋକ
Advertisment
Follow Us