ଭଟଲି: ଭଟଲି ଦଧିବାମନ ମନ୍ଦିରରେ ଆଜି ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆରମ୍ଭ ହୋଇଛି। ଦୈନିକ ପୂଜାନୀତି, ପହଡ଼ଭଙ୍ଗ ଦ୍ୱାରଫିଟା ନୀତିଠାରୁ ଆରମ୍ଭ ହୋଇ ମଧ୍ୟାହ୍ନ ଧୂପନୀତି ଶେଷ ହେବା ପରେ ଦଧିବାମନଙ୍କ ଚଳନ୍ତି ପ୍ରତିମା ରାଧାକୃଷ୍ଣଙ୍କୁ ମହାପ୍ରଭୁଙ୍କ ଆଜ୍ଞାମାଳ ଦେଇ ବେଶ କରାଯାଇଥିଲା।
ଏହି ଅବସରରେ ଶ୍ରୀମନ୍ଦିରରୁ ଏକ ବର୍ଣାଢ଼୍ୟ ଶୋଭାଯାତ୍ରା ନଗର ପରିକ୍ରମା କରି ମନ୍ଦିରସ୍ଥ ଝୁଲଣ ଦୋଳି ମଣ୍ଡପରେ ବିଜେ କରିଥିଲେ। ପରେ ମଙ୍ଗଳ ଆଳତୀ କରାଯାଇ ସଂକୀର୍ତ୍ତନ ଭକ୍ତମାନଙ୍କ ଦ୍ବାରା ଦୋଳିଗୀତ ପରିବେଷଣ କରି ମହାପ୍ରଭୁଙ୍କୁ ଝୁଲାଇଥିଲେ। ଏହି ଯାତ୍ରା ଦେଖିବା ପାଇଁ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା।
Follow Us