ଯୋଡ଼ା : ଚାଷଜମିରେ ଛୁଆହାତୀର ମୃତ୍ୟୁ, କାରଣ ଅସ୍ପଷ୍ଟ

Advertisment
କୁଲଡିହାରେ ପୁଣି ହାତୀଛୁଆ ମୃତ

The Rouge Elephant

ଯୋଡ଼ା : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନ ଅନ୍ତର୍ଗତ ଚମକପୁର ଗ୍ରାମର ଚାଷଜମିରେ ଏକ ଛୁଆହାତୀର ମୃତ୍ୟୁ ଘଟିଛି। ଖବର ପାଇ କେନ୍ଦୁଝର ଡିଏଫ୍‌ଓ ସନ୍ତୋଷ କୁମାର ଯୋଶୀ, ଏସିଏଫ୍‌ ଅଜୟ କୁମାର ସାହୁ, ଚମ୍ପୁଆ ରେଞ୍ଜର କାଶିନାଥ ହେମ୍ବ୍ରମ, ବାଲିବନ୍ଧ ସେକ୍ସନର ଫରେଷ୍ଟର ଖଗେଶ୍ବର ବାରିକ, ବନରକ୍ଷୀ ଫକୀରଚରଣ ସେନାପତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆଜି ସକାଳେ ଚାଷଜମିରେ ହାତୀଛୁଆର ମୃତଦେହ ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ମୃତଦେହକୁ ଜବତ କରିଥିଲେ। ତାହା ୭/୮ ବର୍ଷର ଦନ୍ତାହାତୀର ବୋଲି ବନ ବିଭାଗ ସୂଚନା ଦେଇଛି। ମୃତଦେହ ବ୍ୟବଚ୍ଛେଦ କରାଯାଇ ସେଠାରେ ପୋତି ଦିଆଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଡିଏଫ୍‌ଓ ଶ୍ରୀ ଯୋଶୀ ପ୍ରକାଶ କରିଛନ୍ତି।

ପ୍ରକାଶଯୋଗ୍ୟ, ଗତ ଏକସପ୍ତାହ ଧରି ପ୍ରାୟ ୧୫ ରୁ ଊର୍ଦ୍ଧ୍ବ ହାତୀ ଚମକପୁର ଓ ଆଖପାଖ ଗ୍ରାମ ଜଙ୍ଗଲରେ ଅଛନ୍ତି। ହାତୀର ଗତିବିଧି ଲକ୍ଷ୍ୟ କରିବା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ଏହାସତ୍ତ୍ବେ ଛୁଆ ଦନ୍ତାର ମୃତ୍ୟୁ ଘଟିବା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe