ପାଣିରୁ ହାତୀଛୁଆ ଉଦ୍ଧାର : ମା’ଠୁ ଅଲଗା ହୋଇ ପଳାଇଲା

ପାଣିରୁ ହାତୀଛୁଆ ଉଦ୍ଧାର : ମା’ଠୁ ଅଲଗା ହୋଇ ପଳାଇଲା

ଭଂଜନଗର : ଗଂଜାମ ଜିଲ୍ଲା ଉତ୍ତର ଘୁମୁସୁର ବନଖଣ୍ଡ ରେଞ୍ଜ୍‌ ଡହ ଡ୍ୟାମ୍‌ର ଗଭୀର ପାଣିରେ ଆଜି ଏକ ହାତୀ ଛୁଆ ଫସିଯାଇଥିଲା। ଦୀର୍ଘ ୬ ଘଣ୍ଟା ପରିଶ୍ରମ ପରେ ଏହି ହାତୀ ଛୁଆକୁ ବନବିଭାଗ ଉଦ୍ଧାର କରିଛି।

publive-imageଭୋର୍‌ରେ ଏକ ହାତୀପଲ ପାଣି ପିଇବାକୁ ଡହ ଡ୍ୟାମ୍‌କୁ ଆସିଥିଲେ। ହେଲେ ବର୍ଷକର ହାତୀଛୁଆଟି ପାଣି ଭିତରେ ରହିଯାଇଥିଲା। ଅନ୍ୟ ସବୁ ହାତୀ ବାପାଙ୍ଗୀ ମନ୍ଦିର ଆଡ଼େ ଥିବା ଜଙ୍ଗଲକୁ ପଳାଇଥିଲେ। ଛୁଆହାତୀଟିର ଚିତ୍କାର ଶୁଣି ଗ୍ରାମବାସୀ ସେଠାରେ ପହଞ୍ଚିଥିଲେ। ଡହ ଭିଏସଏସ୍‌ ଏନେଇ ଏସିଏଫ୍‌ ସୁଦର୍ଶନ ବାଦୀ ଓ ଫରେଷ୍ଟର ଅନୀଲ ପଣ୍ଡାଙ୍କୁ ସୂଚନା ଦେଇଥିଲେ। ବନବିଭାଗ ଅଧିକାରୀ ଡଙ୍ଗା ନେଇ ଛୁଆ ହାତୀ ପାଖରେ ପହଞ୍ଚିଥିଲେ। ଫରେଷ୍ଟର ଅନୀଲ ପଣ୍ଡା, ଶିବାନନ୍ଦ ଦଳାଇ, ଏସ.ସି ଦାସ, ୪ ଜଣ ଜଙ୍ଗଲ ସୁରକ୍ଷା ସ୍କ୍ଵାଡ୍‌, ଡହ ଭିଏସଏସ୍‌, ତଳାଣ୍ଡିଆ ଭିଏସଏସ୍‌ ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ। ୬ ଘଣ୍ଟା ପରେ ମଧ୍ୟାହ୍ନରେ ଛୁଆଟି ପାଣିରୁ ବାହାରିଥିଲା। ତେବେ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର ପରେ ଛୁଆ ହାତୀଟି ସାହଜଖୋଲ ଆଡ଼କୁ ପଳାଇଥିବା ସୂଚନା ମିଳିଛି। ହାତୀପଲ ଏମିତିକି ତା’ ମା’ଠାରୁ ଅଲଗା ହୋଇଯାଇଥିବାରୁ ତା’ ଉପରେ ନଜର ରଖାଯାଇଥିବା ଏସିଏଫ୍‌ ସୁଦର୍ଶନ ବାଦି ସୂଚନା ଦେଇଛନ୍ତି।

ସେପଟେ ହାତୀପଲ ଓ ମା’ହାତୀ ଛୁଆକୁ ନପାଇ ବାପାଙ୍ଗୀ ଜଙ୍ଗଲରେ ପ୍ରବଳ ଗର୍ଜନ କରୁଥିବା ଦେଖିବାକୁ ମିଳିଛି। ଫଳରେ ଅଞ୍ଚଳବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହା ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ହାତୀପଲ ସହ ମଝିରେ ଗୋଟିଏ ଦନ୍ତା ହାତୀ ମିଶିଥିଲା। ଏହି ଦନ୍ତା ହାତୀ ସହ ମିଶି ଅନ୍ୟାନ୍ୟ ହାତୀ ଡହ ଅଞ୍ଚଳରେ ଚଳପ୍ରଚଳ କରୁଥିଲେ। ଏହି ହାତୀପଲ ସୀମାନ୍ତ କନ୍ଧମାଳ ଜିଲ୍ଲା ଦେଇ ଉତ୍ତରଘୁମୁସର ବନଖଣ୍ଡର ମୁଜାଗଡ ରେଂଜ ମଧ୍ୟକୁ ଆସିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe