ଭିଜିଲାନ୍ସ ଜାଲରେ ସମ୍ବଲପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ଅଫିସ୍‌ର କନିଷ୍ଠ କିରାଣି

Advertisment
ଭିଜିଲାନ୍ସ ଜାଲରେ ସମ୍ବଲପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ଅଫିସ୍‌ର କନିଷ୍ଠ କିରାଣି

ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ସମ୍ବଲପୁର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଭାଗୀରଥି ଖରସେଲ୍‌। ଗୁରୁବାର ଜଣେ ଶ୍ରମିକ ଠିକାଦାରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି।

ସୂଚନାନୁସାରେ, ବର୍ଷେ ବୈଧତା ସହ ୫୫ ଜଣ ଶ୍ରମିକଙ୍କ ଲାଇସେନ୍ସ କରାଇ ଦେବା ପାଇଁ ଭାଗୀରଥି ଉକ୍ତ ଠିକାଦାରଙ୍କୁ ଲାଞ୍ଚ ମାଗିଥିଲେ। ଠିକାଦାରଙ୍କଠାରୁ ଅଭିଯୋଗ ପାଇବା ପରେ ତାଙ୍କୁ ଧରିବା ପାଇଁ ଭିଜିଲାନ୍‌ସ ଜାଲ ବିଛାଇଥିଲା। ଗୁରୁବାର ଦିନ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଠିକାଦାରଙ୍କ ଠାରୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ସମ୍ବଲପୁର ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡ଼ି ବସି ୨୦ ହଜାର ଟଙ୍କା ଜବତ କରିଥିଲା। ଖର୍‌ସେଲ୍‌ଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଅନ୍ୟପଟେ ସମ୍ବଲପୁର ଜିଲ୍ଲା ସ୍କୁଲ୍‌ ଛକ ନିକଟରେ ଥିବା ଖରସେଲ୍‌ଙ୍କ ସରକାରୀ ବାସଭବନ ଓ ଶାସନ ଥାନା ଝାରଘାଟି ଗାଁରେ ଥିବା ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇ ଯାଞ୍ଚ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe