ଭିମ୍‌ସାର ନିର୍ଦ୍ଦେଶକ ନ ହଟିଲେ କାମ ବନ୍ଦ

Advertisment
ଭିମ୍‌ସାର ନିର୍ଦ୍ଦେଶକ ନ ହଟିଲେ କାମ ବନ୍ଦ

ସମ୍ବଲପୁର : ଭିମସାର୍‌ ନିର୍ଦ୍ଦେଶକ ପ୍ର. ଅଶ୍ବିନୀ ପୂଜାହାରୀଙ୍କୁ ୪୮ ଘଣ୍ଟା ମଧ୍ୟରେ ପଦରୁ ହଟାଇବାକୁ କନିଷ୍ଠ ଡାକ୍ତର ସଂଘ (ଜେଡିଏ) ପକ୍ଷରୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚରମପତ୍ର ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ନିର୍ଦେଶକଙ୍କୁ ପଦଚ୍ୟୁତ ନକଲେ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ପତ୍ରରେ ରୋକ୍‌ଠୋକ୍‌ ଜଣାଇଛନ୍ତି।

ଭିମ୍‌ସାର ଅଧ୍ୟକ୍ଷ ତଥା ଡିନ୍ ପ୍ର. ବ୍ରଜମୋହନ ମିଶ୍ରଙ୍କ ଜରିଆରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦେଇଥିବା ପତ୍ରରେ କନିଷ୍ଠ ଡାକ୍ତର ସଂଘ ନିର୍ଦ୍ଦେଶକଙ୍କ ବିରୋଧରେ ୧୦ ଦଫା ଅଭିଯୋଗ ଉଲ୍ଲେଖ କରିଛି। ଏହି ଚିଠି ସଂପର୍କରେ ଜେଡିଏ ସଭାପତି ଡା. ଦେବବ୍ରତ ରାୟ କହିଛନ୍ତି ଯେ, ଆମେ ୪୮ ଘଣ୍ଟା ସମୟ ଦେଇଛୁ। ତା’ରି ଭିତରେ କାର୍ଯ୍ୟାନୁଷ୍ଠାନ ନହେଲେ ନିୟମିତ କାର୍ଯ୍ୟ ବନ୍ଦ କରିବୁ।’

ଏ ସଂପର୍କରେ ଅଧ୍ୟକ୍ଷ ପ୍ରଫେସର ବ୍ରଜ ମୋହନ ମିଶ୍ର କହିଛନ୍ତି ଜେଡିଏର ଆନ୍ଦୋଳନ ଚେତାବନୀକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟସେବା ଓ ପାଠପଢ଼ା ଅବ୍ୟାହତ ରଖିବା ନିମନ୍ତେ ଆସନ୍ତାକାଲି ପ୍ରଫେସରମାନଙ୍କ ଜରୁରୀ ବୈଠକ ଡକା ଯାଇଛି। ଅନ୍ୟପଟେ, ଅଭିଯୋଗକୁ ନିର୍ଦ୍ଦେଶକ ଶ୍ରୀ ପୂଜାହାରୀ ଖଣ୍ଡନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe