ଏସସିବି: ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଗାଳି, ଜୁନିୟର ଡାକ୍ତରଙ୍କ ଧାରଣା

Advertisment
ଏସସିବି: ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ଗାଳି, ଜୁନିୟର ଡାକ୍ତରଙ୍କ ଧାରଣା

କଟକ:ଡାକ୍ତରଙ୍କୁ ରୋଗୀ ସମ୍ପର୍କୀୟଭ୍କ ଗାଳିଗୁଲଜ ଓ ମାଡ଼ ମାରିବା ପ୍ରତିବାଦରେ କଟକ ଏସସିବିରେ ଉତ୍ତେଜନା ଦେଖାଦେଇଛି । ଅଭିଯୁକ୍ତମାନଙ୍କୁ ଗିରଫ ଓ କାର୍ଯ୍ୟରତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବ ିରେ ଆଜି ଏସସିବିର ଜୁନିୟର ଡାକ୍ତରମାନେ କାର୍ଯ୍ୟବନ୍ଦ କରି କାଜୁଆଲ୍‌ଟି ସମ୍ମୁଖରେ ଧାରଣାରେ ବସିଛନ୍ତି। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିବା ବେଳେ କର୍ତ୍ତୃପକ୍ଷ ଜୁନିୟର ଡାକ୍ତରମାନଙ୍କୁ ବୁଝାସୁଝା କରୁଛନ୍ତି।

ସୂଚନା ଅନୁଯାୟୀ ଗତକାଲି ରାତିରେ ମେଡିସିନ୍‌ ୱାର୍ଡର ଜଣେ ରୋଗୀର ମୃତ୍ୟୁ ହୋଇଥିଲା ।ଦାୟିତ୍ୱରେ ଥିବା ଡାକ୍ତରଙ୍କ ଚିକିତ୍ସା ଅବହେଳା ଯୋଗୁଁ  ରୋଗୀଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ରୋଗୀ ସମ୍ପର୍କୀୟମାନେ ଉପସ୍ଥିତ ଡାକ୍ତରଙ୍କୁ ଘେରି ଯାଇଥିଲେ। ମାତ୍ର ଡାକ୍ତର ମୃତ ରୋଗୀଙ୍କ ସମ୍ପର୍କୀୟମାନଙ୍କ କଥାକୁ ଗୁରୁତ୍ୱ ନ ଦେବାରୁ ରୋଗୀ ସମ୍ପର୍କୀୟମାନେ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଆଜି ସକାଳେ ଜୁନିୟର ଡାକ୍ତରମାନେ ମେଳିବାନ୍ଧି  ଧାରଣାରେ ବସିଛନ୍ତି। ଅପରପକ୍ଷେ  ମେଡିକାଲ ଫାଣ୍ଡି ୩ଜଣ ରୋଗୀ ସମ୍ପର୍କୀୟଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe