ଚାଷୀଙ୍କଠାରୁ ଲାଞ୍ଚନେଇ କନିଷ୍ଠ ଯନ୍ତ୍ରୀ ଗିରଫ: ପଦ୍ମପୁର, ରାୟଗଡ଼ା, ବ୍ରହ୍ମପୁର ବାସଭବନରେ ଚଢ଼ଉ

ଚାଷୀଙ୍କଠାରୁ ଲାଞ୍ଚନେଇ କନିଷ୍ଠ ଯନ୍ତ୍ରୀ ଗିରଫ: ପଦ୍ମପୁର, ରାୟଗଡ଼ା, ବ୍ରହ୍ମପୁର ବାସଭବନରେ ଚଢ଼ଉ

ରାୟଗଡ଼ା ବିଦ୍ୟୁତ୍ ସଂଯୋଗ ପାଇଁ ଚାଷୀଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ। ଭଡ଼ାଘରେ ଲାଞ୍ଚ ଦେଣନେଣ ସମୟରେ ଭିଜିଲାନ୍ସ ତାଙ୍କୁ ଧରିବା ସହିତ ଗିରଫ କରିଛି। ଏଥିସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀଙ୍କ ପଦ୍ମପୁର, ରାୟଗଡ଼ା, ବ୍ରହ୍ମପୁର ହିଲପାଟଣାସ୍ଥିତ ଘରେ ଚଢ଼ଉ ଜାରି ରଖିଛି।

ଗୁଣପୁର ବ୍ଲକ୍ ଚାଲକମ୍ବା ଅଞ୍ଚଳର ଏହି ଚାଷୀ ବିଦ୍ୟୁତ୍‌ ବ୍ୟବହାର ବାବଦରେ ଟଙ୍କା ପୈଠ କରି ନଥିଲେ। ଫଳରେ, ବିଭାଗ ପକ୍ଷରୁ ତାଙ୍କ ଉଠାଜଳସେଚନ ପ୍ରକଳ୍ପରୁ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା। ତେବେ, କିଛିଦିନ ତଳେ ଚାଷୀ ଜଣକ ପୁନଃ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀଙ୍କ ନିକଟକୁ ଯାଇଥିଲେ। ପୁନଃ ସଂଯୋଗ ପାଇଁ ନିବେଦନ କରିଥିବାବେଳେ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଏ ନେଇ ଚାଷୀ ଜଣକ ଭିଜିଲାନ୍ସକୁ ଅବଗତ କରିଥିଲେ। ଫଳରେ, କୋରାପୁଟ ଓ ରାୟଗଡ଼ା ଭିଜିଲାନ୍ସର ସ୍ବତନ୍ତ୍ର ଟିମ୍ କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ଆଜି ଅପରାହ୍ନରେ ଚାଷୀ ଜଣଙ୍କ କନିଷ୍ଠ ଯନ୍ତ୍ରୀ ପଦ୍ମପୁରସ୍ଥିତ ବାସଭବନକୁ ୧୦ ହଜାର ଟଙ୍କା ନେଇ ଯାଇଥିଲେ। ଯନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟଙ୍କା ଗ୍ରହଣ କରିବାପରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଟଙ୍କା ଜବତ କରିବା ସହ ଯନ୍ତ୍ରୀଙ୍କୁ ଗିରଫ କରିଥିଲେ। । କୋରାପୁଟ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଯନ୍ତ୍ରୀଙ୍କ ତିନୋଟି ବାସଭବନରେ ଏକକାଳୀନ ଚଢ଼ାଉ ଚାଲିଛି। ଚଢ଼ାଉ ପରେ ଆୟ ବହିର୍ଭୂତ ସମ୍ପତ୍ତି ସଂପର୍କରେ ଜଣାପଡ଼ିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି। ପଦ୍ମପୁରରୁ ଗିରଫ ପରେ ଯନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe