ମହୁମାଛି ଆକ୍ରମଣରେ କନିଷ୍ଠ ଯନ୍ତ୍ରୀଙ୍କ ମୃତ୍ୟୁ

Advertisment

ମହୁମାଛି ଆକ୍ରମଣରେ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପବିଭାଜନର କନିଷ୍ଠ ଯନ୍ତ୍ରୀ ବିଶ୍ବନାଥ ମୁର୍ମୁ (୩୫)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତିରିଂ ବ୍ଲକ୍‌ ସେକ୍ସନର କନିଷ୍ଠ ଯନ୍ତ୍ରୀ ଶ୍ରୀ ମୁର୍ମୁ  ଆଜି ସକାଳ ୯ଟାରେ...

ମହୁମାଛି ଆକ୍ରମଣରେ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପବିଭାଜନର କନିଷ୍ଠ ଯନ୍ତ୍ରୀ ବିଶ୍ବନାଥ ମୁର୍ମୁ (୩୫)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତିରିଂ ବ୍ଲକ୍‌ ସେକ୍ସନର କନିଷ୍ଠ ଯନ୍ତ୍ରୀ ଶ୍ରୀ ମୁର୍ମୁ  ଆଜି ସକାଳ ୯ଟାରେ...

ffhfhhf

ରାଇରଙ୍ଗପୁର: ମହୁମାଛି ଆକ୍ରମଣରେ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମ୍ୟ ନିର୍ମାଣ ଉପବିଭାଜନର କନିଷ୍ଠ ଯନ୍ତ୍ରୀ ବିଶ୍ବନାଥ ମୁର୍ମୁ (୩୫)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତିରିଂ ବ୍ଲକ୍‌ ସେକ୍ସନର କନିଷ୍ଠ ଯନ୍ତ୍ରୀ ଶ୍ରୀ ମୁର୍ମୁ  ଆଜି ସକାଳ ୯ଟାରେ ରାଇରଙ୍ଗପୁର ବାଇଦାପୋଷିସ୍ଥିତ ସରକାରୀ ବାସଭବନରୁ ତିରିଂସ୍ଥିତ ନିଜ କାର୍ଯ୍ୟସ୍ଥଳକୁ ଯିବା ପାଇଁ ବାହାରୁଥିଲେ। ଏହି ସମୟରେ ଘର ସମ୍ମୁଖ ଏକ ଗଛରେ ବସାବାନ୍ଧି ଥିବା ବାଘୁଆ ମହୁମାଛି ଦଳ ତାଙ୍କୁ ଦଂଶନ କରିଥିଲେ।  ଶ୍ରୀ ମୁର୍ମୁ ବାନ୍ତି କରିବା ସହ ଅଚେତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ସ୍ଥାନୀୟ ଲୋକଙ୍କ ସହ କାର୍ଯ୍ୟାଳୟର କର୍ମଚାରୀମାନେ ଡାକ୍ତରଖାନାରେ ପହଞ୍ଚି ଶ୍ରୀ ମୁର୍ମୁଙ୍କ ଶେଷଦର୍ଶନ କରିଥିଲେ। ଏନେଇ ରାଇରଙ୍ଗପୁର ଟାଉନ୍‌ ଥାନାରେ ୨୧/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ, ଶ୍ରୀ ମୁର୍ମୁ ହେଉଛନ୍ତି ବାରିପଦା ସହର ତୁଳସୀଚଉରା ଅଞ୍ଚଳର ଶ୍ୟାମସୁନ୍ଦର ମୁର୍ମୁଙ୍କ ପୁଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe