୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

Advertisment
୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଝାରସୁଗୁଡ଼ା: ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା। ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ ବେହେରା ତାଙ୍କ ବିଲ ପାସ କରି ଦେବା ପାଇଁ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ। ଏ ନେଇ ଅଭିଯୋଗକାରୀ ଭିଜିଲାନ୍ସ ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିବା ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚଢ଼ାଉ କରାଯାଇଥିଲା ଓ କନିଷ୍ଠ ଯନ୍ତ୍ରୀ ରସାୟନ ବୋଳା ଟଙ୍କା ଗ୍ରହଣ କରୁଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ହୋଇଥିଲେ। ଏହି ଚଢ଼ାତଉରେ ଝାରସୁଗୁଡ଼ା, ରାଉରକେଲାର ଭିଜିଲାନ୍ସ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ସୁନ୍ଦରଗଡ଼ ମିଶନ ରୋଡ଼ରେ ଥିବା ବାସଭବନ ଓ ଲଖନପୁର ସରକାରୀ କ୍ବାର୍ଟରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe