ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ, ଠିକାଦାରଙ୍କଠୁ ଲାଞ୍ଚ ନେଉଥିଲେ ୧୦ ହଜାର

ଭିଜିଲାନ୍ସ ପଞ୍ଝାରେ କନିଷ୍ଠ ଯନ୍ତ୍ରୀ, ଠିକାଦାରଙ୍କଠୁ  ଲାଞ୍ଚ ନେଉଥିଲେ ୧୦ ହଜାର

ରାଉରକେଲା : ରାସ୍ତା ରକ୍ଷଣାବେକ୍ଷଣ ବିଲ୍‌ କରାଇଦେବାକୁ ଠିକାଦାରଙ୍କଠୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବବ୍ରତ ସାହୁ। ଗତକାଲି ସନ୍ଧ୍ୟାରେ ରାଉରକେଲା ଭିଜିଲାନ୍ସ ତାଙ୍କୁ ଗିରଫ କରିବା ପରେ ସୁନ୍ଦରଗଡ଼ ଭିଜିଲାନ୍ସ କୋର୍ଟଚାଲାଣ କରିଛି।

ଗତ ୨୦୧୮ମସିହାରେ ସମ୍ପୃକ୍ତ ଠିକାଦାର କପସିଙ୍ଗା-ପତ୍ରାପାଲି ରାସ୍ତା ନିର୍ମାଣ କରିଥିଲେ। ସେହି ରାସ୍ତାକୁ ସେ ପାଞ୍ଚବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲେ। କନିଷ୍ଠ ଯନ୍ତ୍ରୀ ଶ୍ରୀସାହୁ ବିଲ୍‌ ପାସ୍‌ କରିବା ପାଇଁ ଠିକାଦାରଙ୍କୁ ୧୦ ହଜାର ମାଗିଥିଲେ। ଏହାପରେ ସେହି ଠିକାଦାର ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଗତକାଲି ସନ୍ଧ୍ୟାରେ ସେ ଠିକାଦାରଙ୍କ ଠାରୁ ଏହି ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଥିଲେ।

ଭିଜିଲାନ୍ସ ଡିଏସ୍‌ପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା। ପରେ, ଭିଜିଲାନ୍ସ ଅଧିକାରୀମାନେ କନିଷ୍ଠଯନ୍ତ୍ରୀ ଶ୍ରୀ ସାହୁଙ୍କ ଛେଣ୍ଡ କଲୋନିସ୍ଥ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢ଼ଉ କରିବା ସହିତ କାଗଜପତ୍ର ଯାଞ୍ଚ୍‌ କରିଥିଲେ। ଯାଞ୍ଚ୍‌ ସମୟରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ଏବଂ ବିଭିନ୍ନ ବ୍ୟାଙ୍କରେ ଜମାରାଶି ସଂକ୍ରାନ୍ତୀୟ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe