ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ୬ହଜାରରୁ ଅଧିକ ଖାଲି ପଦରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ

Advertisment

ଖାଲି ପଡ଼ିଥିବା ୬୩୦୦ରୁ ଅଧିକ କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବାଟ ଫିଟିଛି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପ୍ରଦାନ କରାଯାଉ ନଥିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି।

ଖାଲି ପଡ଼ିଥିବା ୬୩୦୦ରୁ ଅଧିକ କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବାଟ ଫିଟିଛି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପ୍ରଦାନ କରାଯାଉ ନଥିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି।

fdfhfhth

କଟକ: ଖାଲି ପଡ଼ିଥିବା ୬୩୦୦ରୁ ଅଧିକ କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବାଟ ଫିଟିଛି। ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପ୍ରଦାନ କରାଯାଉ ନଥିବା ପ୍ରସଙ୍ଗକୁ ହାଇକୋର୍ଟ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଅନୁସାରେ ସମ୍ଭାବ୍ୟ ଖାଲି ପଦବି ପାଇଁ ୱେଟିଂ ଲିଷ୍ଟ ପ୍ରକାଶ କରାଯାଇ ପାରିବ ନାହିଁ। ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି କ୍ଷେତ୍ରରେ ଗଣଶିକ୍ଷା ବିଭାଗ ବିଜ୍ଞପ୍ତିରେ ଥିବା ନିର୍ଦ୍ଦିଷ୍ଟ ସର୍ତ୍ତ ବାଧକ ହେବନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ନିଯୁକ୍ତିରୁ ବଞ୍ଚିତ ପ୍ରାର୍ଥୀଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ ଓ ଜଷ୍ଟିସ୍‌ ଏମ୍‌.ଏସ୍‌.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏପରି ନିର୍ଦ୍ଦେଶ ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ ଓସେପା ପକ୍ଷରୁ ୨୦ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ୨୦୨୩ ସେପ୍ଟେମ୍ବର୧୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେହି ଆଧାରରେ ୧୮ ହଜାର ୭୦୦ ଜଣ ଆଶାୟୀଙ୍କ ମେଧା ତାଲିକା ପ୍ରକାଶ ପାଇଥିଲା। ଏହି ନିଯୁକ୍ତି ସଂପୂର୍ଣ୍ଣ ଜିଲ୍ଲା କ୍ୟାଡର ହୋଇଥିବା ବେଳେ ଓସେପା ସର୍ତ୍ତ ଉଲ୍ଲଂଘନ କରି ଗୋଟିଏ ମେଧା ତାଲିକା କରିଥିଲା। ମେଧା ତାଲିକାକୁ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ମାର୍ଚ୍ଚ ୧୨ରେ ରଦ୍ଦ କରିଥିଲେ। ଏହା ବିରୋଧରେ ସରକାର ହାଇକୋର୍ଟରେ ରିଟ୍‌ ଅପିଲ୍‌ ଦାୟର କରିଥିଲେ। ଓସେପାର କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା (ସିବିଟି)ରେ ପରୀକ୍ଷାର୍ଥୀମାନେ ରଖିଥିବା ନମ୍ବର ଆଧାରରେ ଓସେପା ପକ୍ଷରୁ ବିଷୟ ଓ ବର୍ଗ ଭିତ୍ତିକ ସର୍ବନିମ୍ନ କଟ୍‌ଅଫ୍‌ ମାର୍କ ଧାର୍ଯ୍ୟ କରାଯିବ। ଏହା ପରେ କଟ୍ଅଫ୍‌ ମାର୍କ ଓ ଏହାଠାରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରସ୍ତୁତ ସହ ଜିଲ୍ଲା ଭିତ୍ତିକ ଅଗ୍ରାଧିକାରକୁ ବିଚାରକୁ ନିଆଯିବ।  ପ୍ରଥମ କଟ୍‌ଅଫ୍‌ ମାର୍କ ଧାର୍ଯ୍ୟ ପରେ ସବୁ ପଦ ପୂରଣ ହୋଇ ନପାରି ଖାଲିପଡ଼ିଲେ ଓସେପା ପୁନଃ କଟ୍ଅଫ୍‌ ମାର୍କ ଧାର୍ଯ୍ୟ କରିପାରିବ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରିଥିଲେ। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରସ୍ତୁତ ମେଧା ତାଲିକାରେ ସ୍ଥାନ ପାଇଥିବା କେତେକ ପ୍ରାର୍ଥୀ କନିଷ୍ଠ ଶିକ୍ଷକ ଚାକିରିରେ ଯୋଗ ଦେଇନଥିଲେ।  ୬ ହଜାରରୁ ଅଧିକ ପଦବି ଖାଲି ପଡ଼ିଥଲେ ମଧ୍ୟ ସେଥିରେ କାହାକୁ ନିଯୁକ୍ତି ଦିଆଯାଇନଥିଲା। ଏହି ପ୍ରସଙ୍ଗ ନେଇ କେତେକ ଆଶାୟୀ ପ୍ରାର୍ଥୀ ହାଇକୋର୍ଟରେ ଅନ୍ତରୀଣ ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe