ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

Advertisment
ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଫଳତା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଭୁବନେଶ୍ବରସ୍ଥିତ ଜୁପିଟର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଅତି ଉତ୍ତମ ଫଳ ପ୍ରଦର୍ଶନ କରିଛନ୍ତି। ବିଦ୍ୟାଳୟର ଛାତ୍ର କିଶୋର ଚନ୍ଦ୍ର ପ୍ରଧାନ ୬୦୦ରୁ ୫୬୦ ନମ୍ବର ରଖି ସ୍କୁଲ ଟପ୍‌ର ହୋଇଛନ୍ତି। ଏଥିସହ ୧୫ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖି ସ୍କୁଲର ଗୌରବ ବଢ଼ାଇବା ସହିତ ରାଜ୍ୟ ଟପ୍‌ର ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପାସ୍‌ କରିବା ସହ ୯୨% ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବିରଳ କୃତିତ୍ବ ଅର୍ଜନ କରିଛନ୍ତି। ଅନେକ ଛାତ୍ରଛାତ୍ରୀ ସେମାନଙ୍କ ଦଶମ ମାର୍କ ତୁଳନାରେ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିବାରୁ ଅଭିଭାବକ ମହଲରେ ଆନନ୍ଦ ଖେଳିଯାଇଛି। ସେହିପରି ବାଣିଜ୍ୟ ବିଭାଗରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେବା ସହିତ ୯୨% ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତା ପାଇଁ ଅନୁଷ୍ଠାନର ସଭାପତି ବିରଞ୍ଚି ନାରାୟଣ ପଣ୍ଡା ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe