ଦାୟିତ୍ବ ନେଲେ ପ୍ରଥମ ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂହ

ଦାୟିତ୍ବ ନେଲେ ପ୍ରଥମ ଲୋକାୟୁକ୍ତ ଜଷ୍ଟିସ ଅଜିତ ସିଂହ

ଭୁବନେଶ୍ବର : ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତି ପାଇଥିବା ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ୍‌ ସିଂହ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେବେ ଆସନ୍ତା ଏପ୍ରିଲ ୮ ତାରିଖରୁ ସେ ଆନୁଷ୍ଠାନିକ ଭାବେ କାର୍ଯ୍ୟାରମ୍ଭ କରିବେ।

ଆଜି ଅପରାହ୍ଣରେ ଜଷ୍ଟିସ ସିଂହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ରାଜଭବନରେ ସାକ୍ଷାତ କରିବା ପରେ ଦାୟିତ୍ବ ଗ୍ରହଣ କରିଥିଲେ। ଜଷ୍ଟିସ ସିଂହଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇଥି‌େଲ। ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଲୋକାୟୁକ୍ତ ଓ ତାଙ୍କ ଧର୍ମପତ୍ନୀଙ୍କୁ ସ୍ବାଗତ କରିଥିଲେ।

ଜଷ୍ଟିସ୍‌ ସିଂହ ଲୋକାୟୁକ୍ତ ଥିବା ବେଳେ ତାଙ୍କ ଅଧୀନରେ ଉଭୟ ବିଚାର ବିଭାଗୀୟ ଓ ଅଣ ବିଚାର ବିଭାଗୀୟ ୫ ଜଣ ସଦସ୍ୟ ନିଯୁକ୍ତି ପାଇଛନ୍ତିି। ଗତ ମାର୍ଚ ୩ ତାରିଖରେ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ଲୋକାୟୁକ୍ତଙ୍କୁ ନିଯୁକ୍ତି ଦିଆଯାଇଥିଲା। ଗତକାଲି ଲୋକାୟୁକ୍ତ ସର୍ଚ କମିଟି ୨ ଜଣ ସଦସ୍ୟଙ୍କ ନାମ ସୁପାରିସ କରିଥିଲା। ଉଲ୍ଲେଖଯୋଗ୍ୟ, ୨୦୧୪ ଫେବ୍ରୁଆରି ୧୪ ତାରିଖରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକାୟୁକ୍ତ ବିଲ୍‌ ପାରିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe