ସ୍ବଚ୍ଛ ସମ୍ବାଦ ପରିବେଷଣରେ ହିଁ ନ୍ୟାୟ ପ୍ରତିଷ୍ଠା ସମ୍ଭବ: ଜିଲ୍ଲାପାଳ

ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ କହିଛନ୍ତି, ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି। ତେଣୁ ‘ସାମ୍ବାଦ’ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ।

ଅଦ୍ୟତନ ହୋଇଛି
Mkg national press day

ମାଲକାନଗିରି: ସ୍ବଚ୍ଛ ସମ୍ବାଦ ପରିବେଷଣ ଦ୍ବାରା ସମାଜରେ ନ୍ୟାୟ ପ୍ରତିଷ୍ଠା ସମ୍ଭବ ହୋଇପାରୁଛି। ତେଣୁ ‘ସାମ୍ବାଦ’ ପରିବେଷଣ ସମୟରେ ସତ୍ୟର ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଜାତୀୟ ପ୍ରେସ୍‌ ଦିବସ ଅବସରରେ ଯୋଗ ଦେଇ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମତବ୍ୟକ୍ତ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସମାଜର ଜାଗ୍ରତ ପ୍ରହରୀ ତଥା ଚତୁର୍ଥ ସ୍ତମ୍ବ ଭୂମିକା ନିର୍ବାହ କରୁଥିବା ଗଣମାଧ୍ୟମକୁ ନୈତିକତା ବଜାୟ ରଖିବାର ଆବଶ୍ୟକତା ରହିଛି।

ଏହି ଖବର ପଢ଼ନ୍ତୁ: ତଦନ୍ତ କମିଶନ ଜଷ୍ଟିସ ଚିତ୍ତରଂଜନ ଦାଶଙ୍କ କାର୍ଯ୍ୟକାଳ ବୃଦ୍ଧି

ଏହି ଅବସରରେ ମୁଖ୍ୟବକ୍ତା ଭାବେ ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅର୍ଥ ପରିଚାଳକ ମାନସ ମିଶ୍ର ଯୋଗ ଦେଇଥିଲେ। ଉପଜିଲ୍ଲାପାଳ କହିଥିଲେ ଯେ ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସ୍ୱଚ୍ଛ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ଵ ହେବା ଦରକାର। ସେହିପରି ଆଜିର ସମୟରେ ସୋସିଆଲ ମିଡିଆର ଦ୍ବାରା ସାମ୍ବାଦିକତା ବୃତ୍ତିରେ ଅନେକ ପ୍ରଭାବ ପଡ଼ିଛି ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ମତବ୍ୟକ୍ତ କରିଥିଲେ। ନିରପେକ୍ଷ ଓ ସତ୍ୟ ଭିତ୍ତିକ ସମ୍ବାଦ ଦ୍ବାରା ଲୋକଙ୍କ ନିକଟତର ହୋଇପାରିବା ବୋଲି ମଧ୍ୟ ସମସ୍ତେ କହିଥିଲେ।

ଏହି ଖବର ପଢ଼ନ୍ତୁ: ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା

ଏକ ସୁସ୍ଥ ଗଣତନ୍ତ୍ର ରାଷ୍ଟ୍ର ପାଇଁ ସ୍ୱଚ୍ଛ ତଥ୍ୟ ଭିତ୍ତିକ ସମ୍ବାଦ ପରିବେଷଣ କରିବା ସମସ୍ତଙ୍କର ଗୁରୁ ଦାୟିତ୍ଵ ହେବା ଦରକାର। ଆଜିର ସମୟରେ ସୋସିଆଲ ମିଡିଆର ଦ୍ବାରା ସାମ୍ବାଦିକତା ବୃତ୍ତିରେ ଅନେକ ପ୍ରଭାବ ପଡ଼ିଛି।

-ଦୁର୍ଯ୍ୟଧନ ଭୋଇ, ଉପଜିଲ୍ଲାପାଳ

ଏହି ଖବର ପଢ଼ନ୍ତୁ: ଚାରିଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଚଳିତ ବର୍ଷ ପ୍ରେସ କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ଗଣମାଧ୍ୟମର ପରିବର୍ତ୍ତଶୀଳ ସ୍ୱରୂପ ବିଷୟବସ୍ତୁ ରଖାଯାଇଛି। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଜାତୀୟ ପ୍ରେସ୍‌ ଦିବସ ଉପଲକ୍ଷେ ମହାବିଦ୍ୟାଳୟ ସ୍ତରୀୟ ଆୟୋଜିତ ବକ୍ତୃତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନ କରିବାରେ ହରେକୃଷ୍ଣ କିର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।

ଏହି ଖବର ପଢ଼ନ୍ତୁ: ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ ହେଉଛି ଭାରତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe