ଝାରସୁଗୁଡାରେ ପହଞ୍ଚିଲେ ଜଷ୍ଟିସ ଜେପି ଦାସ, ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ କରିପାରନ୍ତି ତଦନ୍ତର ତଦାରଖ

ଝାରସୁଗୁଡାରେ ପହଞ୍ଚିଲେ ଜଷ୍ଟିସ ଜେପି ଦାସ, ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ କରିପାରନ୍ତି ତଦନ୍ତର ତଦାରଖ

Sambad

କଟକ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଝାରସୁଗୁଡାରେ ପହଞ୍ଚିଲେ ଜଷ୍ଟିସ ଜେପି ଦାସ । ଆସନ୍ତାକାଲି ଘଟଣାସ୍ଥଳ ପରିଦର୍ଶନ କରିପାରନ୍ତି ଜଷ୍ଟିସ ଦାସ। ତଦନ୍ତର ତଦାରଖ କରିବାକୁ ଘଟଣାସ୍ଥଳ ଯିବେ ଜଷ୍ଟିସ ଦାସ। ତେବେ ବିଭିନ୍ନ ତଦନ୍ତକାରୀ ଅଧିକାରୀଙ୍କ ସହ ପ୍ରଥମେ ଆଲୋଚନା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି ଜଷ୍ଟିସ ଦାସ। ପରେ କେଉଁ ସ୍ଥାନକୁ ଯିବେ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି। ସେପଟେ ଅଭିଯୁକ୍ତ ଗୋପାଳ ଦାସକୁ ଘଟଣାସ୍ଥଳକୁ ନେଇ କ୍ରାଇମ ସିନ୍‌ ରିକ୍ରିଏସନ କରିଛି କ୍ରାଇମ୍‌ବ୍ରାଞ୍ଚ। ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ନିକଟରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଜଷ୍ଟିସ ଜେପି ଦାସଙ୍କ ବାସଭବନରେ ପହଞ୍ଚି ତଦନ୍ତର ସ୍ଥିତି ସମ୍ପର୍କରେ ଅବଗତ କରିଥିଲେ। ପ୍ରାୟ ୧ ଘଣ୍ଟା ଧରି ଆଲୋଚନା କରିବା ପରେ ଜଷ୍ଟିସ ଜେପି ଦାସଙ୍କ ବାସଭବନରୁ ବାହାରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା।

କଟକସ୍ଥିତ ଜଷ୍ଟିସ ଜେପି ଦାସଙ୍କ ବାସଭବନରରେ ପ୍ରାୟ ଏକ ଘଣ୍ଟା ଧରି କ୍ରାଇମବ୍ରାଞ୍ଚ ଏଡିଜି ଆଲୋଚନା କରିଥିଲେ। ତେବେ ଗଣମାଧ୍ୟମକୁ କୌଣସି ପ୍ରକାର ପ୍ରତିକ୍ରିୟା ଦେଇନଥିଲେ ଅରୁଣ ବୋଥ୍ରା। ଅନ୍ୟପଟେ ଏହି ହତ୍ୟାକାଣ୍ଡ ଘଟଣାରେ ମନିଟରିଂ କରୁଛନ୍ତି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସ। ଏନେଇ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ ଜଷ୍ଟିସ ଜେପି ଦାସ। ସେ କହିଥିଲେ, "ନବ ଦାସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ନେଇ ଅବଗତ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ସମ୍ପୂର୍ଣ୍ଣ ଘଟଣା ଉପରେ ଆଲୋଚନା କରାଯାଇଛି। କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ନେଇ କିଛି ପରାମର୍ଶ ଦିଆଯାଇଛି। ବର୍ତ୍ତମାନ ତଦନ୍ତ ଠିକ୍ ବାଟରେ ଚାଲିଛି। ଖୁବଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ଆଶା କରାଯାଉଛି।" ଆବଶ୍ୟକ ପଡିଲେ ଘଟଣାସ୍ଥଳକୁ ନିଜେ ଯିବେ ବୋଲି ଜଷ୍ଟିସ ଜେପି ଦାସ କହିଥିଲେ। ତେବେ ମଙ୍ଗଳବାର ଭୁବନେଶ୍ବର ବିମାନ ବନ୍ଦରରୁ ଝାରସୁଗୁଡ଼ା ଅଭିମୁଖେ ଯାଇଛନ୍ତି ଜଷ୍ଟିସ ଦାସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe