୧୨ରେ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ କେ.ଏସ୍‌.ଜାଭେରୀଙ୍କ ଶପଥ ଗ୍ରହଣ

Advertisment
୧୨ରେ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ କେ.ଏସ୍‌.ଜାଭେରୀଙ୍କ ଶପଥ ଗ୍ରହଣ

କଟକ : ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାର ଭାବେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅଗଷ୍ଟ ୧୨ ତାରିଖ ଦିନ ଶପଥ ଗ୍ରହଣ କରିବେ। ୧୨ ତାରିଖ ରବିବାର ଅପରାହ୍‌ଣ ୪ଟା ସମୟରେ ହାଇକୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବରେ ଜଷ୍ଟିସ ଜାଭେରୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରୀଙ୍କୁ ରଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe